ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ୍ ରବିବାର ଅପରାହ୍ନରେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ସମର୍ଥନମାନଙ୍କୁ ନିବେଦନ କରିଛନ୍ତି। ତାଙ୍କୁ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଗିରଫ କରିବାର କିଛି ଦିନ ପରେ ଦଳର ଡାକରା ଆସିଛି। ସୁପ୍ରିମକୋର୍ଟ ପିଟିଆଇ ମୁଖ୍ୟଙ୍କ ଗିରଫଦାରୀକୁ ‘ବେଆଇନ’ ବୋଲି କହିଥିଲେ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପାକିସ୍ତାନରେ ‘ସମ୍ବିଧାନକୁ ବଞ୍ଚାଇବା’ ପାଇଁ ଖାନ୍ଙ୍କ ସଂଗ୍ରାମକୁ ସ୍ବର ଦେବାକୁ ପିଟିଆଇ ଏହାର ସମର୍ଥକମାନଙ୍କୁ ଅନୁରୋଧ କରିଛି। ପିଟିଆଇ ଟୁଇଟ୍ କରି କହିଛି, ‘ଆଜି ପ୍ରତ୍ୟେକ ନାଗରିକ ନିଜ ସହରର ଭବିଷ୍ୟତ, ପ୍ରକୃତ ସ୍ବାଧୀନତା ପାଇଁ ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ଏବଂ ରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବରେ ବାହାରକୁ ଆସିବା ଉଚିତ୍। ସମ୍ବିଧାନ ବଞ୍ଚାନ୍ତୁ, ପାକିସ୍ତାନକୁ ବଞ୍ଚାନ୍ତୁ ବୋଲି କହିଛନ୍ତି।