Categories: ଜାତୀୟ

ମୋ ଜୀବନ ପ୍ରତି ବିପଦ ଅଛି: ଅର୍ଣ୍ଣବ ଗୋସ୍ୱାମୀ!

ମୁମ୍ବାଇ,୮ ।୧୧: ରିପବ୍ଲିକ ଟେଲିଭିଜନ ନେଟୱର୍କର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ପୋଲିସ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଦୁଇ ବର୍ଷ ତଳର ଆତ୍ମହତ୍ୟା ପାଇଁ ଉସକାଉଥିବା ଏକ ମାମଲାରେ ନଭେମ୍ବର ୪ରେ ଅର୍ଣ୍ଣବଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଗିରଫ ସମୟରେ ମଧ୍ୟ ଅର୍ଣ୍ଣବ ଓ ତାଙ୍କ ପରିଜନଙ୍କ ପ୍ରତି ପୋଲିସ ଦୁର୍ବବହାର ଦେଖାଇଥିବା ସେ ଅଭିଯୋଗ କରିଥିଲେ । ଫଳରେ ତାଙ୍କ ହାତରେ କ୍ଷତ ସୃଷ୍ଟି ହେବା ସହ ହାଡ ମଧ୍ୟ ଜଖମ ହୋଇଯାଇଥିବା ସେ କହିଥିଲେ । ଏହାପରେ ବି ଅର୍ଣ୍ଣବଙ୍କ ସମସ୍ୟା ବଢିବାରେ ଲାଗିଛି । ଶନିବାର ବମ୍ବେ ହାଇକୋର୍ଟ ତାଙ୍କ୍‌ୁ ଜାମିନ ପ୍ରଦାନ କରି ନାହାନ୍ତି । ସବୁ ପକ୍ଷରୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଯଦି ଏବେ ଏହି ମାମଲାର ଶୁଣାଣି ନ ହେବ ତେବେ ଦୀପାବଳି ଛୁଟି ପଡୁଥିବାରୁ ଏହା ନଭେମ୍ବର ୨୩ ପର୍ଯ୍ୟନ୍ତ ଘୁଞ୍ଚିଯାଇପାରେ ବୋଲି ଅନୁମାନ କରାଯାଉଛି ।

Share