ମୋ ମ୍ୟାନେଜର ଭାବୁଥିଲେ ମୁଁ ପାଗଳ: ସୁସ୍ମିତା ସେନ

ମୁମ୍ବାଇ: ବଲିଉଡ ନାୟିକା ସୁସ୍ମିତା ସେନ ତାଙ୍କ ଅଭିନୟ ପାଇଁ ବେଶ ପରିଚିତ । ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ସେ ତିଆରି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଏହି ନାୟିକା କାମକୁ ନେଇ ବେଶ୍ ଚୁଜି । ବେଶ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ସୁସ୍କିତା ଏକ ୱେବ ସିରିଜ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ । ଆଉ ଏଥିରେ ଦର୍ଶକେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ । ଏହି ୱେବ ସିରିଜ ହେଉଛି ‘ଆର୍ଯ୍ୟା’ । ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା ।
ନିକଟରେ ସୁସ୍ମିତା ଏକ ସାକ୍ଷାତକାରରେ ତାଙ୍କ ଅତୀତର କଥାକୁ ଆଲୋଚନା କରିଛନ୍ତି । ସୁସ୍ମିତା କୁହନ୍ତି ଯେତେବେଳେ ସେ ଆଇଟମ ଗୀତରେ ଅଭିନୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ତାଙ୍କ ମ୍ୟାନେଜର ତାଙ୍କୁ ପାଗଳ ବୋଲି ଭାବିଥିଲେ । ସୁସ୍ମିତା କହିଛନ୍ତି ଏଇଥିପାଇଁ ତାଙ୍କୁ ତାଙ୍କ ମ୍ୟାନେଜର ଆଇଟମ ସଙ୍ଗରେ କାମ କରିବାକୁ ବାରମ୍ବାର ବାରଣ କରି ଆସୁଥିଲେ । ମ୍ୟାନେଜର କହୁଥିଲେ ଆପଣ ଇଣ୍ଡଷ୍ଟ୍ରିକୁ ନୂଆ ନୂଆ ଆସିଛନ୍ତି ଆମେ ଇଣ୍ଡଷ୍ଟ୍ରିରେ ପୁରୁଣା ତେଣୁ ଆଇଟମ ସଙ୍ଗ ଭଲ କାମ ନୁହେଁ । ହେଲେ ଏହା ସେମିତି କିଛି ନୁହେଁ ବୋଲି ସୁସ୍ମିତା କହିବା ପରେ ବି ମ୍ୟାନେଜର ବୁଝିପାରି ନ ଥିଲେ । ଶେଷରେ ଯେତେବେଳେ ସେ ଆଇଟମ ସଙ୍ଗରେ କାମ କରିଥିଲେ ସେତେବେଳେ ତାଙ୍କର ଦୁଇ ଦୁଇଟି ମ୍ୟାନେଜର ତାଙ୍କୁ ଛାଡି ଚାଲିଯାଇଥିଲେ ।

Share