Posted inଫୁରସତ

ମା’ଙ୍କ ଫୋନ୍‌କଲ୍‌ ବଞ୍ଚାଇଲା ଜୀବନ

ବେଙ୍ଗାଲୁରୁ: କୁହାଯାଏ ଯେ ମା’ଙ୍କ ଆଶୀର୍ବାଦ ଯାହା ଉପରେ ଥାଏ ସେ କୌଣସି ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ। କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ରାମେଶ୍ବର କାଫେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଏଠାରେ ବିସ୍ଫୋରଣ ଘଟି ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ମା’ଙ୍କ ଫୋନ୍‌କଲ୍‌ ଯୋଗୁ ଏହି ଅଘଟଣରୁ ଜଣେ ଯୁବକ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର ରମେଶ୍ୱରମ୍‌ କାଫେରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ ବିହାରର ପାଟନା ନିବାସୀ ୨୪ ବର୍ଷୀୟ ସଫ୍ଟୱୟର ଇଞ୍ଜିନିୟର କୁମାର ଅଳଙ୍କୃନ୍ତ ମଧ୍ୟ ମଧ୍ୟାହ୍ନ ଭୋଜନ ପାଇଁ ସେଠାକୁ ଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ ତାଙ୍କ ମା’ଙ୍କ ଫୋନ୍‌କଲ୍‌ ଆସିବାରୁ ସେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଅଳଙ୍କୃନ୍ତ କହିଛନ୍ତି। ଶୁକ୍ରବାର ଅପରାହ୍ନରେ ଅଳଙ୍କୃନ୍ତ କାଉଣ୍ଟରରୁ ଦୋସା ଆଣି ଏକ ର୍ନିଦ୍ଧାରିତ ସ୍ଥାନରେ ବସିଥିଲେ, ଯେଉଁଠାରେ କିଛି ମିନିଟ୍‌ ପରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଘଟିବାର କିଛି ମୁହୂର୍ତ୍ତ ପୂର୍ବରୁ ଅଳକୃନ୍ତଙ୍କୁ ତାଙ୍କ ମା’ ଫୋନ କରିଥିଲେ। ଫଳରେ ସେ ନିଜ ଆସନରୁ ଉଠିଯାଇ ୧୦ରୁ ୧୫ ମିଟର ଦୂରରେ ଥିବା ଏକ ଶାନ୍ତ ସ୍ଥାନକୁ ଚାଲିଯାଇ ମା’ଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ଏକ ବଡ଼ ଶବ୍ଦ ଶୁଣିଥିଲେ, ଯାହାକି ଏକ ବଡ଼ ବିସ୍ଫୋରଣ ହୋଇଥିବା ପରେ ସେ ଜାଣିବାକୁ ପାଇଥିଲେ। ମା’ ତାଙ୍କୁ ସବୁଦିନ ନିୟମିତ ଭାବେ ଫୋନ୍‌ କରୁଥିବା ଅଳଙ୍କୃନ୍ତ କହିଛନ୍ତି। ସେଦିନ ସେ କେଉଁଠାରେ ଅଛନ୍ତି ବୋଲି ମା’ ତାଙ୍କୁ ପଚାରିଥିବା ବେଳେ ଅଳଙ୍କୃତ ଏହାର ଉତ୍ତର ଦେଇଥିଲେ। ଏହି ସମୟରେ ବିସ୍ଫୋରଣ ଘଟି ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଥିବା ସେ କହିଛନ୍ତି। ମା’ଙ୍କ ଫୋନ୍‌କଲ୍‌ ଯୋଗୁ ତାଙ୍କ ଜୀବନ ବଞ୍ଚି ଯାଇଥିବା କହି ଅଳଙ୍କୃତ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri