Categories: ଜାତୀୟ

‘ନିଜ ଲୋକ ମୋ ସହ କଲେ ବିଶ୍ୱାସଘାତକତା’

ମୁମ୍ବାଇ,୨୯।୬: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଅବସ୍ଥାରେ ରହିଛି। ହେଲେ ଏହି ସଙ୍କଟ ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରି ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ୨ ସହର, ଗୋଟିଏ ବିମାନ ବନ୍ଦର ନାଁ ବଦଳିଛି।
କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି ଯେ, ଆପଣ ମୋତେ ଅଢେଇ ବର୍ଷ ଧରି ସମର୍ଥନ କରିଛନ୍ତି। ଧନ୍ୟବାଦ ଏହି ଅଢେଇ ବର୍ଷରେ ମୁଁ ଯଦି କୌଣସି ଭୁଲ କରିଛି ମୁଁ କ୍ଷମା ମାଗୁଛି। ମୋ ସହ ନିଜ ଲୋକ ବିଶ୍ୱାସଘାତକତା କରିଛନ୍ତି।
ସୂଚନାଯୋଗ୍ୟ, ଶିବସେନା ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଏକନାଥ ସିନ୍ଧେଙ୍କ ସହ ଶିବସେନାର ୪୦ ଜଣ ବିଧାୟକ ଉଦ୍ଧବ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବାରୁ ରାଜ୍ୟରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। ବିଦ୍ରୋହୀଙ୍କୁ ବୁଝାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ମଧ୍ୟ ଉଦ୍ୟମ କରିଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା।

Share