Categories: ଜାତୀୟ

ଦୁର୍ନୀତିକୁ ରୋକିବା ପାଇଁ ବ୍ୟକ୍ତିଗତ ନଂ ଜାରି କରିବେ ମାନ

ଚଣ୍ଡିଗଡ଼,୧୭।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ନେତା ଭଗଓ୍ବନ୍ତ ମାନ ଗୁରୁବାର ଦୁର୍ନୀତି ନିରୋଧି ହେଲ୍ପ ଲାଇନ୍‌ ନମ୍ବର ଜାରି କରିବା ନେଇ ଘୋଷଣା କରିଛନ୍ତି। ବୁଧବାର ଶପଥ ନେଇଥିବା ମନ୍ନ ଗୋଟିଏ ବି ଦିନ ନଷ୍ଟ କରିପାରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ବାର୍ଷକୀ ଅବସରରେ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯିବ ବୋଲି କହିଛନ୍ତି।

“ଦୁର୍ନୀତି ନିରୋଧି ହେଲ୍ପ ଲାଇନ୍‌ ମୋ ବ୍ୟକ୍ତିଗତ ନମ୍ବର ହେବ। ଯଦି କେହି ଲାଞ୍ଚ ମାଗୁଛି, ତେବେ ତାହାର ଅଡିଓ କିମ୍ବା ଭିଡିଓ ସେହି ନମ୍ବରକୁ ପଠାଇବେ। ମୁଁ କୌଣସି ସରକାରୀ କର୍ମାଚାରୀଙ୍କୁ ଧମକାଉ ନାହିଁ। କାରଣ ୯୯ ପ୍ରତିଶତ ସରକାର କର୍ମଚାରୀ ସଚ୍ଚୋଟ। କିନ୍ତୁ ୧ ପ୍ରତିଶତ ଦୁର୍ନୀତିଖୋର କର୍ମଚାରୀଙ୍କ ପାଇଁ ସିଷ୍ଟମ ଖରାପ କରିଛି। କେବଳ ଏଏପି ଏହି ଦୁର୍ନୀତି ସିଷ୍ଟମକୁ ସଫା କରିବ” ବୋଲି ସେ ଟୁଇଟ୍‌ କରିଛନ୍ତି।

Share