Categories: Uncategorized

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା ବି କହିଥିଲେ କଂଗ୍ରେସ ତାକୁ କାଠି ଅଧା ଦେଖାଇଛି ବୋଲି ସେ କହିଛନ୍ତି। ଏହାଛଡ଼ା ଇସ୍ତଫା ଦାବି ପ୍ରଶ୍ନରେ ସେ କହିଛନ୍ତି ମୁଁ ଇସ୍ତଫା ଦେଇଦେଲେ ଖଡ୍‌ଗେଙ୍କର କିଛି ସୁବିଧା ହେବାର ନାହିଁ। ଏବେ ସେ ଯେଉଁଠି ବସିଛନ୍ତି ୧୫ ବର୍ଷ ତାଙ୍କୁ ସେହି ସ୍ଥାନରେ ବସିବାକୁ ହେବ ବୋଲି ସେ କହିଛନ୍ତି।

ଶାହା କହିଛନ୍ତି, ଯଦି ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କୁ ଖୁସି ମିଳିବ, ତେବେ ମୁଁ ଦେଇଦେଇପାରେ। ହେଲେ ଏହାଦ୍ୱାରା ତାଙ୍କ ସମସ୍ୟାର ସମାଧାନ ହେବ ନାହିଁ। ତାଙ୍କୁ ଏବେ ଅତି କମ୍‌ରେ ୧୫ ବର୍ଷ ସେହି ସ୍ଥାନରେ ବସିବାକୁ ହେବ, ଯେଉଁଠି ସେ ବସୁଛନ୍ତି। କଂଗ୍ରେସ ଆମ୍ବେଦକର ବିରୋଧୀ, ଆରକ୍ଷଣ ବିରୋଧୀ, ସମ୍ବିଧାନ ବିରୋଧୀ ଦଳ। ରାଜ୍ୟ ସଭାରେ ବିତର୍କ ବେଳେ ଜବାବ ଦେବାକୁ କିଛି ନ ଥିବା ଯୋଗୁ ଦଳ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେ କହିଛନ୍ତି।

ଏହାଛଡ଼ା ଖଡ୍‌ଗେ ରାହୁଲ ଗାନ୍ଧିଙ୍କ ଚାପରେ ଏଭଳି ଚେଷ୍ଟା କରୁଥିବା ଶାହା ଅଭିଯୋଗ କରିଛନ୍ତି।