ଦାଦନ ଯାଇ ଫେରିନି ପୁଅ, ୪ ଦିନ ହେଲା ଘରେ ଜଳିନି ଚୁଲି

ମହାକାଳପଡ଼ା,୨ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗାଁର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଅକ୍ଷୟ ଓରଫ ବୁଲୁ(୨୦) ନିଖୋଜ ଥିବା ନେଇ ଶନିବାର ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ୪ଦିନ ହେବ ଘରେ ଚୁଲି ଜଳୁନି। ବାପା ପ୍ରହଲ୍ଲାଦ, ମା’ କୁନିଲତା ଓ ତାଙ୍କ ସାନଭାଇଙ୍କ ଆଖିରୁ ଲୁହ ଶୁଖୁନି। ପୁଅର ଫେରିବା ବାଟକୁ ପରିବାର ଲୋକ ଚାହିଁ ବସିଛନ୍ତି।
ଅଭାବୀ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବେଙ୍ଗାଲୁରୁକୁ ବର୍ଷେ ପୂର୍ବେ ବୁଲୁ କାମ କରିବାକୁ ଯାଇଥିଲେ। ସେଠାରେ ଚତ୍ରଗାନାପଲ୍ଲୀ ଅଞ୍ଚଳର ଏକ୍ସ ସାଇଡ୍‌ ବ୍ୟାଟେରି କମ୍ପାନୀରେ ଗାଁ ଅଞ୍ଚଳର କେତେଜଣ ସାଥୀଙ୍କ ସହ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାସକୁ ଦୁଇ ପଇସା ରୋଜଗାର କରି ପରିବାର ପାଖକୁ ପଠାଇଥାନ୍ତି। ମାତ୍ର ୪ଦିନ ପୂର୍ବେ ମହାଶିବରାତ୍ରି ପୂର୍ବଦିନ ରାତିରେ ମା’ କୁନିଲତା ସହ ପୁଅ ବୁଲୁ ମୋବାଇଲ ଫୋନ୍‌ ଯୋଗେ କଥା ହୋଇଥିଲେ। ମାମୁ ଘର ଗାଁ ସାଥୀ ପିଲା ଘରକୁ ଯାଇଛନ୍ତି। ପଇସା ପତ୍ର କିଛି ନାହିଁ ଦେଇପାରିନି ବୋଉ। ସାଥୀ ପିଲାଙ୍କ ହାତରେ କିଛି ଶୁଖିଲା ଖାଦ୍ୟ ପ୍ୟାକେଟ ପଠାଉଛି। ତାଙ୍କ ପାଖରୁ ବୁଝିନେବୁ ବୋଲି କଥା ହୋଇଥିଲେ। ପରଦିନ ମହାଶିବରାତ୍ରି ଥିବାରୁ କାଳେ କମ୍ପାନୀ କାର୍ଯ୍ୟାଳୟ ଛୁଟିଥିବ ଏହା ଭାବି ପୁଅ ପାଖକୁ ମା’ ଫୋନ ଲଗାଇଥିଲେ। ମା’ ଫୋନ କରିବାରୁ ତାହା ସୁଇଚ୍‌ ଅଫ ଦେଖାଇ ଥିଲା। ପରେ ପୁଅ ମେସ୍‌ରେ ଥିବା ସାଥୀଙ୍କ ସହ ମା’ କଥା ହୋଇଥିଲେ। ହେଲେ ପୁଅ ସାଥୀ ମାର୍ଶାଘାଇ ଥାନା ଅଞ୍ଚଳର ସତ୍ୟରଞ୍ଜନ ବେହେରା ଓରଫ ଟୁଲୁଙ୍କ ସହ କଥା ହେବାରେ ସେ କହିଥିଲେ, ଫେବୃଆରୀ ୧୭ଠାରୁ ତୁମ ପୁଅ କୁଆଡ଼େ ଯାଇଛି ଆମେ ଜାଣିନୁ। ହେଲେ ତା’ର ମୋର ବିବାଦ ହେବାରୁ ତାକୁ ୨ ଚାପୁଡା ମାରିଛି। ତା’ଠାରୁ ୮ ହଜାର ଟଙ୍କା ଛଡ଼ାଇ ରଖିଛି ବୋଲି ବୁଲୁଙ୍କ ମା’ବାପାଙ୍କୁ ସେ କହିଥିଲେ। ଏକଥା ଶୁଣି ପରେ ମା’ବାପାଙ୍କ ଚିନ୍ତା ବଢ଼ିଯାଇଛି। ସେବେଠାରୁ ଅଦ୍ୟାବଧି ବୁଲୁଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ମହାଶିବରାତ୍ରିଠାରୁ ୪ଦିନ ହେବ ଘରେ ଚୁଲି ଜଳୁନି ବୋଲି ପରିବାର ଲୋକେ କହିଛନ୍ତି। ସରକାର ସହାୟତା କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏମ୍‌ପି ପ୍ରତିନିଧି ସଞ୍ଜୟ କୁମାର ରଥଙ୍କୁ ପଚାରିବାରେ ବେଙ୍ଗାଲୁରୁ ଥାନା ଅଞ୍ଚଳର ଘଟଣା ସମ୍ପର୍କିତ ଅଭିଯୋଗ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରେ ତାଙ୍କ ପୁଅ ବେଙ୍ଗାଲୁରୁ ଥାନା ଅଞ୍ଚଳରେ ରହୁଥିବାରୁ ସେଠାରେ ଅଭିଯୋଗ କରିବା ଆବଶ୍ୟକ ବୋଲି କହି ଅଭିଯୋଗକାରୀ ବାପା ପ୍ରହଲ୍ଲାଦଙ୍କୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର, ସମୂହ ଛୁଟିରେ ଗଲେ ବେଗୁନିଆପଡ଼ାବ୍ଲକ ଯୋଗାଣ ସହାୟକ

ବେଗୁନିଆପଡା,୫।୪(ସୁଶାନ୍ତ କୁମାର ପଟ୍ଟନାୟକ): ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଶନିବାରଠାରୁ ବେଗୁନିଆପଡ଼ା ବ୍ଳକର...

କାନାଡ଼ାରେ ଭାରତୀୟଙ୍କୁ ହତ୍ୟା

ଓଟାଓ୍ବା,୫।୪: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ...

ପ୍ରଥମଥର ପଡ଼ିଆରେ ନଜର ଆସିଲେ ଧୋନୀଙ୍କ ମାତା ପିତା, ଅନେକ କିଛି ଅନୁମାନ ଲଗାଇଲେଣି ପ୍ରଶଂସକ

ନୂଆଦିଲ୍ଲୀ,୫।୪: ଭାରତୀୟ ଦଳର ଷ୍ଟାର ଅଧିନାୟକ ଏବଂ ଦେଶ ପାଇଁ ତିନୋଟି ICC ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନି ଏବେ କେବଳ IPL ଖେଳୁଛନ୍ତି।...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଝଗଡ଼ା, କଥା ଗଲା ମାଡପିଟ ପର୍ଯ୍ୟନ୍ତ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଇସଲାମାବାଦ,୫।୪: ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଏହି ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ଏବଂ ଅନ୍ତିମ...

ଏତେ ଖସିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ସୁନାଦାମ୍‌ କେତେ…

ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା,...

ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି IPL ଟିମର ଏହି କ୍ୟାପଟେନ, ଶୁବମନ ଗିଲଙ୍କ ସମେତ ଏମାନଙ୍କୁ ମିଳିନାହିଁ ଲାଇଫ ପାର୍ଟନର

ନୂଆଦିଲ୍ଲୀ,୫।୪: ଗତ ବର୍ଷ IPL ୨୦୨୫ ପାଇଁ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଅନେକ ଦଳ ପରିବର୍ତ୍ତନ ହୋଇଥିବା ଦେଖାଯାଇଥିଲା। ଦଳଗୁଡ଼ିକ...

Barack Obama Divorce Rumours: ପତ୍ନୀ ମିଶେଲଙ୍କ ସହ ଓବାମାଙ୍କର କେମିତି ରହିଛି ସମ୍ପର୍କ? ଗୁମର କହିଲେ ପୂର୍ବତନ ରାଷ୍ଟ୍ରପତି

ଓ୍ବାଶିଂଟନ,୫।୪: ଆମେରିକାର ହାମିଲଟନ କଲେଜରେ ଏକ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଜୀବନର ଏପରି ଏକ ଦିଗ ବିଷୟରେ କହିଥିଲେ ଯାହାକୁ ରାଜନେତାମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image