ଜେଏଫ-୧୭ ଫାଇଟର ଜେଟରେ ତ୍ରୁଟିକୁ ନେଇ ପାକିସ୍ତାନ ଉପରେ ରାଗିଲା ମ୍ୟାନମାର

ନେପିଡା,୪।୯: ପାକିସ୍ତାନ ଏବଂ ମ୍ୟାନମାର ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ୨୦୧୯ରେ ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ପାକିସ୍ତାନ ମ୍ୟାନମାରକୁ ଜେଏଫ-୧୭ ଥଣ୍ଡର ନାମକ ଏକ ଯୁଦ୍ଧ ବିମାନ ଦେବାକୁ ରାଜି ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ୨୦୧୯ ରୁ ୨୦୨୧ ମଧ୍ୟରେ ପାକିସ୍ତାନ ମ୍ୟାନମାରକୁ ଅନେକ ଜେଏଫ-୧୭ ଥଣ୍ଡର ଯୁଦ୍ଧ ବିମାନ ଯୋଗାଇ ଦେଇଥିଲା।
ଯେତେବେଳେ ପାକିସ୍ତାନ ଯୋଗାଉଥିବା ସମସ୍ତ ବିମାନ ବ୍ୟବହାର କରାଯାଉଥିଲା ସେତେବେଳେ ମ୍ୟାନମାର ସମସ୍ତ ଯୁଦ୍ଧ ବିମାନକୁ କାର୍ଯ୍ୟକ୍ଷମ ନୁହେଁ ବୋଲି ଘୋଷଣା କରିଥିଲା। ଏହି କାରଣରୁ ମ୍ୟାନମାର ବର୍ତ୍ତମାନ ପାକିସ୍ତାନ ଉପରେ ରାଗିଛି। ବର୍ତ୍ତମାନ ସମସ୍ତ ଯୁଦ୍ଧ ବିମାନରେ ଦେଖାଯାଇଥିବା ତ୍ରୁଟି ପାଇଁ ମ୍ୟାନମାର ଇସଲାମାବାଦକୁ ଏକ ଦୃଢ ବାର୍ତ୍ତା ପଠାଇଛି। ମ୍ୟାନମାରର ସ୍ଥାନୀୟ ନ୍ୟୁଜ ଏଜେନ୍ସି ନରିଞ୍ଜାରା ନ୍ୟୁଜ ସୂତ୍ରରୁ ଏହି ସୂଚନା ଦେଇଛି।

Share