ସୁ କିଙ୍କୁ ମିଳିଲା କ୍ଷମା

ନାପିଦ୍ୱ,୧।୮: ମ୍ୟାନମାରରେ ୨୦୨୧ ସାମରିକ ହିଂସା ପରେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ କିଙ୍କୁ କ୍ଷମା କରାଯାଇଛି। ସୁ କିଙ୍କୁ ୧୯ଟି ଅପରାଧ ମଧ୍ୟରୁ ପାଞ୍ଚଟି ପାଇଁ କ୍ଷମା କରାଯାଇଛି।
ମ୍ୟାନମାରର ସେନା ଦେଶର ନିର୍ବାଚିତ ନେତା ଅଙ୍ଗ ସାନ ସୁ କି ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଗିରଫ କରି କାରାଗାରରେ ରଖିଥିଲେ। ୭୮ ବର୍ଷର ସୁ କିଙ୍କୁ ବିଭିନ୍ନ ମାମଲାରେ ୩୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଜୁଣ୍ଟା ମୁଖ୍ୟ ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗଙ୍କ ନେତୃତ୍ୱରେ ସାମରିକ ସରକାର ନିର୍ବାଚିତ ପ୍ରତିନିଧୀଙ୍କୁ କାରାଗାର କରି ଫେବୃଆରୀ ୧, ୨୦୨୧ରେ କ୍ଷମତା ଦଖଲ କରିଥିଲେ। ସେବେଠାରୁ ଦେଶରେ ସାମରିକ ଶାସକ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଗୃହଯୁଦ୍ଧ ଜାରି ରହିଛି।

Share