ମ୍ୟାନମାରରେ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଗଲା!

ନେପିତା,୨ ।୩: ଲୋକତନ୍ତ୍ର ଭାବେ ଦେଶରେ ଗଠନ କରାଯାଇଥିବା ସରକାରକଙ୍କୁ ଗାଦିଚ୍ୟୁତ କରିଥିବା ମ୍ୟାନମାର ସେନାଙ୍କ ବିରୋଧରେ ପ୍ରଦର୍ଶନ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି । ସୁରକ୍ଷାକର୍ମୀ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହ ହିଂସା ପରିସ୍ଥିତି ସୃଷ୍ଟି କଲେଣି । ଏହାପରେ ବି ପ୍ରଦର୍ଶନକାରୀ ହଟିବାର ନାଁ ନେଉନାହାଁନ୍ତି । ଲୋକଙ୍କ ଉପରେ ସ୍ନାଇପର ବ୍ୟବହାରକୁ ନେଇ ରାଗି ଯାଇଥିବା ନାଗରିକ ସରକାର ସୋମବାର ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି । କାଉଣ୍ଟର ଟେରରିଜିମ ଲ’ର ଉଲ୍ଲଂଘନ ଓ ଆତଙ୍କବାଦୀ ଭଳି କାର୍ଯ୍ୟ ପାଇଁ ରାଜ୍ୟ ପ୍ରଶାସନ ପରିଷଦ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ବୋଲି ଘୋଷଣା କରିଛି ।

Share