୨୦୨୬ରେ ଏସିଆନର ନେତୃତ୍ୱ ନେବନି ମ୍ୟାନମାର୍‌, ଫିଲିପାଇନ୍ସ କରିବ ଅଧ୍ୟକ୍ଷତା

ନାଫିଦ୍ୱ, ୬।୯: ଏସୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ପୂର୍ବ ଏସୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ମ୍ୟାନମାର୍‌୨୦୨୬ରେ ସେମାନଙ୍କର ଆଞ୍ଚଳିକ ବ୍ଲକର ନେତୃତ୍ୱ କରିବନାହିଁ। ଏହା ମ୍ୟାନମାର୍‌ର ସାମରିକ ଶାସନର ହିଂସାତ୍ମକ ଭାବେ ଶାସକ ଉପରେ ଦଖଲ କରିବା ପରେ ବିଶ୍ୱ ମାନ୍ୟତା ହାସଲ କରିବା ପାଇଁ ନିଜର ଶାସକ ଜେନେରାଲଙ୍କ ଉଦ୍ୟମ ମଧ୍ୟରେ ସବୁଠୁ ବଡ଼ ବଡ ଝଟକା।

ଆମେରିକାର ନେତୃତ୍ୱାଧୀନ ପାଶ୍ଚାତ୍ୟ ସରକାରମାନେ ୨୦୨୧ରେ ମ୍ୟାନମାର୍‌ ସୈନ୍ୟବାହିନୀ ଦ୍ୱାରା ଅଙ୍ଗ ସାନ ସୁ କିଙ୍କ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ବହିଷ୍କାର କରିବାକୁ ନିନ୍ଦା କରିଛନ୍ତି ଏବଂ ଅନ୍ୟ ଅଧିକାରୀଙ୍କ ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଫିଲିପାଇନ୍ସ ମଙ୍ଗଳବାର ଏସିଆନ ଶିଖର ସମ୍ମିଳନୀରେ ୨୦୨୬ରେ ଆଞ୍ଚଳିକ ବ୍ଲକର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହୋଇଛି। ଫିଲିପାଇନ୍ସର ରାଷ୍ଟ୍ରପତି ଏଫ୍‌. ମାର୍କୋସ ଘୋଷଣା କର କହିଛନ୍ତି, କିନ୍ତୁ ମ୍ୟାନମାର କାହିଁକି ବର୍ଷ ବର୍ଷ ଧରି ଏସିଆନ ଅଧ୍ୟକ୍ଷତା ହରାଇଲା ତାହା ବ୍ୟାଖ୍ୟା କରିନାହାନ୍ତି।

 

Share