ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ

ବ୍ରାଜାଭିଲେ,୮ା୧୨: ଆଫ୍ରିକୀୟ ଦେଶ କଙ୍ଗୋରେ ରହସ୍ୟମୟ ରୋଗରେ ମାସକରେ ୧୪୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଗତ ଅକ୍ଟୋବରରୁ କଙ୍ଗୋର କ୍ୱାଙ୍ଗୋ ପ୍ରଦେଶରେ ଅନୂ୍ୟନ ୩୭୬ ଜଣ ଏହି ଅଜଣା ରୋଗରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କଠାରେ ଜ୍ୱର, ଅତ୍ୟଧିକ ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଉଛି। ବିଶେଷ କରି ମହିଳା ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲା ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏମ୍‌ପକ୍ସ ସନ୍ଦେହ କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ପ୍ରକୃତରେ ଏହା କି ପ୍ରକାର ରୋଗ ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞମାନେ ଏହା ଉପରେ ଅନୁଧ୍ୟାନ ଚଳାଇଛନ୍ତି। ମହାମାରି ବିଶେଷଜ୍ଞଙ୍କ ଏକ ଟିମ୍‌ ଉକ୍ତ ଅଞ୍ଚଳକୁ ଯାଇ ନମୁନା ସଂଗ୍ରହ କରି ଅନୁଧ୍ୟାନ କରିବେ ବେଲି ପ୍ରାଦେଶିକ ଡେପୁଟି ଗଭର୍ନର ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରୁ କେମିତି ହଠାତ୍‌ ନିଖୋଜ ହୋଇଗଲେ ୩୫୦୦ ଲୋକ

ଢାକା,୧୫।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିବା ତଦନ୍ତ କମିଶନ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କହିଛନ୍ତି ଯେ ଲୋକଙ୍କ ନିଖୋଜ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ...

‘ଓପନ୍‌ ଏଆଇ’କୁ ସମାଲୋଚନା କରୁଥିଲେ: ଭାରତୀୟ ଇଞ୍ଜିନିୟରଙ୍କ ମୃତ୍ୟୁ

ନ୍ୟୁୟର୍କ,୧୫।୧୨ (ପି.ଟି.): ଭାରତୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତଦେହ ତାଙ୍କ ସାନ୍‌ ଫ୍ରାନ୍ସିସ୍କୋସ୍ଥିତ ଆପାର୍ଟମେଣ୍ଟରୁ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସୁଚିରଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି...

ଅନ୍ତରାଷ୍ଟ୍ରୀୟ ଚାପ ସାମ୍ନାରେ ମୁଣ୍ଡ ନୁଆଁଇଲା ବାଂଲାଦେଶ? ହିନ୍ଦୁଙ୍କ ବିରୋଧରେ ହିଂସା ମାମଲାରେ ୪ ଗିରଫ

ଢାକା,୧୪।୧୨: ବାଂଲାଦେଶର ସୁନାମଗଞ୍ଜରେ ହିନ୍ଦୁ ସମ୍ପ୍ରଦାୟର ଘର, ଦୋକାନ ଏବଂ ଲୋକନାଥ ମନ୍ଦିରକୁ ଭଙ୍ଗାରୁଜା କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ୧୭୦ ଜଣଙ୍କ ବିରୋଧରେ...

ଫୁଟ୍‌ବଲ ଖେଳାଳିରୁ ଜର୍ଜିଆ ରାଷ୍ଟ୍ରପତି

ତିବ୍‌ଲିସି,୧୪ା୧୨: ପୂର୍ବତନ ଫୁଟ୍‌ବଲ ଖେଳାଳି ମାଖାଇଲ୍‌ କାଭେଲାଶଭିଲି ଶନିବାର ଜର୍ଜିଆର ରାଷ୍ଟ୍ରପତି ହୋଇଛନ୍ତି। ୫୩ ବର୍ଷୀୟ କାଭେଲାଶଭିଲିଙ୍କର ଏହା ସିଧାସଳଖ ବିଜୟ ହୋଇଥିବା ବେଳେ ଶାସକ...

ଏମରଜେନ୍ସି ଲଗାଇଥିବା ରାଷ୍ଟ୍ରପତି ଏବେ ଅଡୁଆରେ, ପାସ୍‌ ହେଲା ମହାଭିଯୋଗ ପ୍ରସ୍ତାବ

ସିଓଲ,୧୪।୧୨: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ସଂସଦରେ ମତଦାନ କରାଯାଇଛି। ସଂସଦରେ ତାଙ୍କ ବିରୋଧରେ ୨୦୪ଭୋଟ ଦିଆଯାଇଥିଲା। ଏଥି...

ବଡ଼ ଗେମ୍‌ ଖେଳିଲେ ୟୁନୁସ ସରକାର, ବଢିଲା ଭାରତର ଟେନସନ

ନୂଆଦିଲ୍ଲୀ,୧୪।୧୨: ବାଂଲାଦେଶର ୟୁନୁସ ସରକାରଙ୍କ ନୂତନ ନିଷ୍ପତ୍ତି ଭାରତର ଟେନସନକୁ ବଢାଇ ଦେଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ବାଂଲାଦେଶ ଭିସା ପ୍ରତିବନ୍ଧକକୁ ଆରାମ ଦେଇଛି। ପାକିସ୍ତାନୀ...

କାର୍ଯ୍ୟକାଳ ସରିବା ପୂର୍ବରୁ ବାଇଡେନ ନେଲେ ବଡ଼ ନିଷ୍ପତ୍ତି: ୧୫୦୦ କଏଦୀଙ୍କୁ ରାଜକ୍ଷମା

ଓ୍ବାଶିଂଟନ୍‌,୧୩।୧୨: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ...

ଟ୍ରମ୍ପ୍‌ ଟାଇମ ମାଗାଜିନର ‘ପର୍ସନ ଅଫ୍‌ ଦି ଇୟର’

ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri