ଦ୍ୱାରିକା ନଗରୀ ଶ୍ରୀକୃଷ୍ଣଙ୍କ କର୍ମଭୂମି । ଯେଉଁଥିପାଇଁ ଶ୍ରୀକୃର୍ଷ୍ଣଙ୍କୁ ଦ୍ୱାରିକାଧୀଶ ବୋଲି କୁହାଯାଏ । ମହାଭାରତର କିମ୍ବଦନ୍ତୀ ଅନୁସାରେ ଯେବେ ଶ୍ରୀକୃର୍ଷ୍ଣ କଂସଙ୍କୁ ବଦ୍ଧ କରିଥିଲେ ସେତେବେଳେ ଜରାସନ୍ଧ ଶ୍ରୀକୃର୍ଷ୍ଣଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପଡିଥିଲା । ଯେଉଁ କାରଣରୁ ଜରାସନ୍ଧ ବାରମ୍ଭାର ମଥୁରା ଏବଂ ଯାଦବଙ୍କ ଉପରେ ଆକ୍ରମଣ କରିଥିଲା ।