ଆଜିବି ରାତି ହେଲେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିଦିନ ଅଦୃଶ୍ୟ ରୂପରେ ନିଧିବନକୁ ଆସନ୍ତି। ଏଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି। ଯାହାର ରହସ୍ୟ ଆଜି ମଧ୍ୟ ଲୋକ ବିଶ୍ୱାସରେ ଭଗବାନଙ୍କ ଉପସ୍ଥିତିକୁ ଜାହିର କରେ। ପ୍ରତ୍ୟେକ ଦିନ ସକାଳେ ନିଧିବନକୁ ଖୋଲା ଯାଇଥାଏ ଏବଂ ସନ୍ଧ୍ୟା ଆଳତୀ ପରେ ପୁଣି ୭ ଟି ତାଲାରେ ମନ୍ଦିରକୁ ବନ୍ଦ କରି ଦିଆଯାଏ। ରାତି ୮ ଟା ପରେ ଏଠାକୁ ମଣିଷ ତ ମଣିଷ ପଶୁ ଓ ପକ୍ଷୀ ମଧ୍ୟ ଆସିବାକୁ ସାହସ କରନ୍ତି ନାହିଁ। ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଟା ହେଲେ ଏଠାରେ ଥିବା ଚନ୍ଦନ ପଲଙ୍କକୁ ବିଶ୍ରାମ ନିମନ୍ତେ ସଜା ଯାଇଥାଏ।