ଆମେରିକା ଆକାଶରେ ରହସ୍ୟମୟ ବିମାନ, ଫାଇଟର ଜେଟ କଲା ପିଛା …

ଓ୍ବାଶିଂଟନ,୫।୬ : ଆମେରିକାର ଫାଇଟର ଜେଟ ଦିନ ୱାଶିଂଟନ ଅଞ୍ଚଳରେ ଉଡ଼ୁଥିବା ଏକ ରହସ୍ୟମୟ ବିମାନର ପିଛା କରିଥିଲା। ପରେ ରହସ୍ୟମୟ ବିମାନଟି ଭର୍ଜିନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଧିକାରୀଙ୍କ କହିବାନୁସାରେ, ଆମେରିକାର ରାଜଧାନୀ ୱାଶିଂଟନ ଡିସି ଆକାଶ ମାର୍ଗରେ ଏଭଳି ଘଟିଛି।

ଏକ ବିବୃତ୍ତି ଅନୁଯାୟୀ, ରହସ୍ୟମୟ ବିମାନକୁ ଜବାବ ଦେବା ପାଇଁ ନିୟୋଜିତ ନୋରୋଡ ବିମାନକୁ ସୁପରସୋନିକ ବେଗରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ବିମାନ ପଛରେ ଗୋଡ଼ାଇବା ସମୟରେ ଅଞ୍ଚଳର ବାସିନ୍ଦାମାନେ ସୁପର ସୋନିକ ଶବ୍ଦ ଶୁଣିବାକୁ ପାଇଥିଲେ। ଲୋକେ ଘରୁ ବାହାରକୁ ଆଦି ଦୁଇ ବିମାନ ମଧ୍ୟରେ ଚାଲିଥିବା ଗୋଡ଼ାଗୋଡ଼ି ଦୃଶ୍ୟ ଦେଖିଥିଲେ।

Share