ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି। ଏଲିଅନ୍‌ ଏହି ସିଗ୍‌ନାଲ୍‌ ପଠାଉଛନ୍ତି କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ଗତ ବର୍ଷଠାରୁ ଏଭଳି ହେଉଛି। ପୃଥିବୀ ରହିଥିବା ସୌରମଣ୍ଡଳରେ ଅନ୍ୟ କୌଣସି ଜୀବନ୍ତ ଗ୍ରହ ଅର୍ଥାତ୍‌ ବାସ ଉପଯୋଗୀ ଗ୍ରହ ନାହିଁ। ତେବେ ଏଭଳି ସିଗ୍‌ନାଲ୍‌ କେଉଁଠୁ ଆସୁଛି ତାହା ମହାକାଶ ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। ୨୦୨୦ ଏପ୍ରିଲ୍‌ ୨୮ରେ ପୃଥିବୀର ରେଡିଓ ଟେଲିସ୍କୋପ୍‌ରେ ତୀବ୍ର ତରଙ୍ଗକୁ ରେକର୍ଡ କରିଥିଲା। ଏହା କିଛି ମିଲି ସେକେଣ୍ଡ ପାଇଁ ପୃଥିବୀକୁ ଆସିଥିଲା। ଏହା ପୃଥିବୀଠାରୁ ୩୦ ଆଲୋକବର୍ଷ ଦୂରରୁ ଆସୁଥିବା ମହାକାଶ ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏହି ତରଙ୍ଗକୁ ଦ କାନାଡ଼ିଆନ୍‌ ହାଇଡ୍ରୋଜେନ ଇଣ୍ଟେନସିଟି ମ୍ୟାପିଂ ଏକ୍ସପେରିମେଣ୍ଟ୍‌ ଏବଂ ଦ ସର୍ଭେ ଫର୍‌ ଟ୍ରାଞ୍ଜିଏଣ୍ଟ୍‌ ଏଷ୍ଟ୍ରୋନୋମିକାଲ ରେଡ଼ିଓ ଇମିଶନ୍‌-୨ ଦ୍ୱାରା ସହଜରେ ରେକର୍ଡ କରାଯାଇଥିବା ନେଇ ମାଚାସ୍ୟୁସେଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟୋକ୍ନୋଲୋଜିର ପଦାର୍ଥ ବିଜ୍ଞାନ ପ୍ରଫେସର କିୟୋଶି ମାସୁଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୨୦୦୭ରେ ହୋଇଥିବା ଏଭଳି ରହସ୍ୟମୟ ଘଟଣାର ପରୀକ୍ଷା ନିରୀକ୍ଷା ଅଷ୍ଟ୍ରେଲିଆର ପାର୍କ୍ସ ରେଡିଓ ଡିସ୍‌ର ଡାଟା ଆଧାରରେ ଗବେଷକ ଡଙ୍କନ ଲିରିମର୍‌ ଏବଂ ଡେଭିଡ୍‌ ନାର୍କଓ୍ବେିକ୍‌ କରୁଥିଲେ। କିଛି ବିଛି ବର୍ଷ ଅନ୍ତରରେ ଆକାଶଗଙ୍ଗାରୁ ଏଭଳି ତୀବ୍ର ରହସ୍ୟମୟ ତରଙ୍ଗ ଆସିବାର କାରଣ ନେଇ ଗବେଷଣା ଜାରି ରହିଛି।

Share