ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ରହସ୍ୟମୟ ବସ୍ତୁ

ସିଡନୀ,୩୧।୭: ଅଷ୍ଟ୍ରେଲିଆ ସମୁଦ୍ର କୂଳକୁ ଏକ ରହସ୍ୟମୟ ବସ୍ତୁ ଭାସିଆସିଛି। ଏହାକୁ ଭାରତୀୟ ରକେଟର ଆବର୍ଜନା ବୋଲି ଚିହ୍ନଟ କରାଯାଇଛି। ଅଧିକାରୀମାନେ ସୋମବାର କହିଛନ୍ତି ଯେ, ଏହା ରକେଟର ଏକ ଅଂଶ, ବାର୍ନିକଲ ଜୁଲାଇ ମଧ୍ୟଭାଗରେ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ସୁଦୂର ଜୁରିଏନ ବେ ନିକଟରେ ପ୍ରଥମେ ଦେଖିବାକୁ ମିଳିଥିଲା।
ଖବର ଆସିବା ପରେ ଲୋକମାନେ ଏହାର ଫଟୋ ଉଠାଇବା ଆରମ୍ଭ କରିଥିଲେ। ପରେ ପୋଲିସ ସେଠାରେ ପହଞ୍ଚି ସେହି ସ୍ଥାନକୁ କର୍ଡନ କରିଥିଲା। ବର୍ଜ୍ୟବସ୍ତୁ ମିଳିିବା ପରେ ବୈଜ୍ଞାନିକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି। କେହି କେହି କୁହନ୍ତି ଯେ ଏହି ବସ୍ତୁ ସେନାର ହୋଇପାରେ, ଆଉ କେତେକ ଏହାକୁ ମାଲେସିଆ ଏୟାରଲାଇନ୍ସର ଏମଏଚ ୩୭୦ ବିମାନର ନିଖୋଜ ସହିତ ଯୋଡିଛନ୍ତି।
ତେବେ ଅଷ୍ଟ୍ରେଲିୟ ସ୍ପେସ ଏଜେନ୍ସି କହିଛି ଯେ ପୋଲାର ସାଟେଲାଇଟ ଲଞ୍ଚ ଯାନ (PSLV) ର ତୃତୀୟ ପର୍ଯ୍ୟାୟରୁ ବସ୍ତୁଟି ଆବର୍ଜନା ହୋଇପାରେ। ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ମଧ୍ୟମ-ଲିଫ୍ଟ ପ୍ରକ୍ଷେପଣ ଯାନ ଚଲାଇଥାଏ ବୋଲି ଏଜେନ୍ସି କହିଛି। ଏହାକୁ ନିଶ୍ଚିତ କରିବା ପାଇଁ ଉଭୟ ଦେଶର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଷ୍ଟ୍ରେଲୀୟ ସ୍ପେସ ଏଜେନ୍ସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri