Categories: ଜାତୀୟ

ଦିନ ମଜୁରିଆ ଲାଇବ୍ରେରୀ ପରିଚାଳକଙ୍କୁ ସୋସିଆଲ ମିଡିଆରୁ ମିଳିଲା ସହାୟତା

ମାଇସୁରୁ, ୧୧ା୪- ୬୨ ବର୍ଷୀୟ ଦିନ ମଜୁରିଆଙ୍କ ଦ୍ୱାରା ପରିଚାଳିତ ଲାଇବ୍ରେରୀରେ ଗତ ଶୁକ୍ରବାର କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଲାଇବ୍ରେରୀରେ ୧୧ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ଥିଲା। ଲାଇବ୍ରେରୀରେ ରଖାଯାଇଥିବା ପ୍ରାୟତଃ ବହି ଥିଲା କନଡ଼ ଭାଷାରେ। ଏହାର ପରିଚାଳନା କରୁଥିଲେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ସଇଦ ଆଇଜାକ।

୨୦୧୧ ଠାରୁ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିବା ଲାଇବ୍ରେରୀରେ ୧୧ ହଜାର ବହି ଓ ସମସ୍ତ ଧର୍ମର ଦସ୍ତାବିଜ ଥିଲା। ସବୁ କିଛି ପୋଡ଼ି ଯାଇଛି ବୋଲି ଆଇଜାକ କହିଛନ୍ତି। କନଡ଼ ଭାଷାକୁ ବିରୋଧ କରୁଥିବା କିଛି ଲୋକେ ଲାଇବ୍ରେରୀରେ ନିଆଁ ଲଗାଇଥିବା ଆଇଜାକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଆଇଜାକଙ୍କୁ ସାହାଯ୍ୟ କରିବା ପାଇଁ ୧୩ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇଛି।

Share