ଏନ୍‌-୯୫ ମାସ୍କ-ଫେସ୍‌ଶିଲ୍ଡ୍‌ ବି ଦେଉନି ସୁରକ୍ଷା: ଲୋକେ ହେଉଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୩।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସୁରକ୍ଷା ପାଇଁ ଲୋକଙ୍କୁ ଏନ୍‌-୯୫ ମାସ୍କ ଏବଂ ଫେସ୍‌ ଶିଲ୍ଡ ବ୍ୟବହାର କରାଯିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଏସବୁ ମଧ୍ୟ ଆବଶ୍ୟକ ସୁରକ୍ଷା ଦେଉ ନ ଥିବା ଜନ୍‌ ଫ୍ରାଙ୍କଫିଲ୍ଡ ଫ୍ଲୋରିଡ଼ା ଆଟଲାଣ୍ଟିକ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏନ୍‌-୯୫ ମାସ୍କ ଏବଂ ଫେସ୍‌ଶିଲ୍ଡ୍‌ ବ୍ୟବହାର କରି ମଧ୍ୟ ଲୋକେ କରୋନା ଦ୍ୱାରା ଆକ୍ରାନ୍ତ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଭୂତାଣୁ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ସହଜରେ ନଷ୍ଟ କରିଦେଉଥିବା ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋହର ଧନକ ସୂଚନା ଦେଇଛନ୍ତି। ଏହି ରିପୋର୍ଟ ଫିଜିକ୍ସ୍‌ ଅଫ୍‌ ଫ୍ଲୁଇଡ୍ସ୍‌ ଏକାଡେମିକ୍‌ ପତ୍ରିକାରେ ପ୍ରକାଶ ପାଇଛି। ଏବେ ଏହି ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share