ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ: ଶାଶ୍ୱତ ମିଶ୍ରଙ୍କ ସ୍ଥାନ ନେଲେ ଏହି ଆଇଏଏସ୍‌

ଭୁବନେଶ୍ୱର,୨୮।୭: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାଶ୍ୱତ ମିଶ୍ରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ୧୯୯୯ ବ୍ୟାଚ୍‌ର ଆଇଏଏସ ଅଫିସର ନିକଟରେ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିଲେ।
ପୂର୍ବରୁ ଶାଶ୍ୱତ ମିଶ୍ର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ। ନିକଟରେ ତାଙ୍କୁ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏହା ସହିତ ତାଙ୍କୁ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା।

Share