ଏନ୍‌. ମୁନିଙ୍କ ସୁଆଦିଆ ନନ୍‌ଭେଜ୍‌ ଆଚାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରେ ଆଚାରର ସ୍ଥାନ ସ୍ବତନ୍ତ୍ର। ଆଚାର ଦେଖିଲେ ଅନେକଙ୍କର ପାଟିରୁ ଲାଳ ବି ବୋହିଥାଏ। ଆମ୍ବ ଆଚାର, ଲଙ୍କା ଆଚାର, କରମଙ୍ଗା ଆଚାର, ଲେମ୍ବୁ ଆଚାର, କୋଳି ଆଚାର, ମିକ୍ସ ଆଚାର ଭଳି ବିଭିନ୍ନ ପ୍ରକାର ଆଚାର ବଜାରରେ ଉପଲବ୍ଧ ହେଉଛି। ଏସବୁ ସାଧାରଣତଃ ଭେଜ୍‌। ମାତ୍ର ନନଭେଜ୍‌ ଆଚାର ବିଷୟରେ ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏନ୍‌. ମୁନି ନାମ୍ନୀ ଜଣେ ମହିଳା ପ୍ରାୟ ୬ ପ୍ରକାର ନନଭେଜ୍‌ ଆଚାର ପ୍ରସ୍ତୁତ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନନ୍‌ଭେଜ୍‌ ଆଚାର ମଧ୍ୟରେ ରହିଛି ମଟନ୍‌ ଆଚାର, ଚିକେନ ଆଚାର, ଚିଙ୍ଗୁଡ଼ି ଆଚାର, ଭାକୁର ଆଚାର, ଅଣ୍ଡା ଆଚାର ଓ କଙ୍କଡ଼ା ଆଚାର। ଭୁବନେଶ୍ୱର ଖାରବେଳନଗର ପିଏଚ୍‌ଡି କ୍ୟାମ୍ପସରେ ରହୁଥିବା ଏନ୍‌. ମୁନି ୧୭ ପ୍ରକାର ଭେଜ୍‌ ଆଚାର ସହ ଏହିସବୁ ନନଭେଜ୍‌ ଆଚାର ମଧ୍ୟ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଆଚାରର ବେଶ୍‌ ଚାହିଦା ରହିଥିବାବେଳେ ନନ୍‌ଭେଜ୍‌ ଆଚାର ତାଙ୍କୁ ନିଆରା ପରିଚୟ ଦେଇଛି। ମଟନ୍‌, କଙ୍କଡ଼ା ଆଚାର କେଜି ୧୬ଶହ ରହିଥିବାବେଳେ ଚିଙ୍ଗୁଡ଼ି ଓ ଭାକୁର ଆଚାର ଦର ୧ ହଜାର ଟଙ୍କା ଓ ଚିକେନ ଆଚାର ଦାମ ୬୫୦ ଟଙ୍କା ରହିଛି। ସେହିଭଳି ଅଣ୍ଡା ଆଚାର ଗୋଟିଏର ଦାମ୍‌ ୩୫ ଟଙ୍କା ରହିଛି। ତେବେ ଚିଙ୍ଗୁଡ଼ି, ମାଛ, ଚିକେନ, ଅଣ୍ଡା ଆଚାର ସବୁବେଳେ ଉପଲବ୍ଧ ହେଉଥିବାବେଳେ ଗ୍ରାହକ ବରାଦ ଦେଲେ ହିଁ ସେ ମଟନ ଓ କଙ୍କଡ଼ା ଆଚାର ତିଆରି କରିଥାନ୍ତି। ପାଟିକୁ ଅତି ସୁଆଦିଆ ଲାଗୁଥିବା ଏହି ଆଚାର ପ୍ରାୟ ସପ୍ତାହ ଯାଏ ରଖିହେବ। ହାତଢ଼ିଙ୍କି ସାହାଯ୍ୟରେ ପ୍ରସ୍ତୁତ ମସଲା ଓ ସୋରିଷ ତେଲ ବ୍ୟବହାର କରି ସେ ଏହି ଆଚାର ପ୍ରସ୍ତୁତ କରୁଛନ୍ତି।
ସେହିଭଳି ଏନ୍‌. ମୁନିଙ୍କ ଭେଜ୍‌ ଆଚାରର ମଧ୍ୟ ଚାହିଦା କିଛି କମ୍‌ ନୁହେଁ। କଲରା, ସଜନାଛୁଇଁ, ବରକୋଳି, ଶାଗ, ଟମାଟୋ, ନବରତ୍ନ, ବନ୍ଧାକୋବି, ଫୁଲକୋବି, ଅଦା, ଅଁଳା, ରସୁଣ, ଲଙ୍କା, ପଣସ, ଖଟା ପାଳଙ୍ଗ, ବାଇଗଣ, ଶିମ୍ବ, ଆମ୍ବ ଆଦି ବ୍ୟବହାର କରି ସେ ଖଟାମିଠା ଆଚାର ପ୍ରସ୍ତୁତ କରନ୍ତି। ଅନ୍ୟାନ୍ୟ ମସଲା ସହ ଲେମ୍ବୁ ଓ ବାଦାମ ତେଲର ପାଗରେ ହିଁ ଆଚାର ସଂରକ୍ଷିତ ରହିଥାଏ। ଏହି ଭେଜ୍‌ ଆଚାରଗୁଡ଼ିକ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ଭାବେ ବ୍ୟବହାର କରିହେବ। ଏଥିପାଇଁ କୌଣସି କେମିକାଲ ବ୍ୟବହାର କରୁ ନ ଥିବା ଏନ୍‌. ମୁନି କହିଛନ୍ତି।
ଆଇଗିଣିଆ କସ୍‌ମୋପଲିସ୍‌ ନିକଟରେ ଗତ କିଛିଦିନ ତଳେ ଖୋଲିଥିବା ଭେଣ୍ଡିଂ ଜୋନ୍‌ରେ ସେ ଦୋକାନ ଖୋଲି ଏସବୁ ଆଚାର ବିକ୍ରି କରୁଛନ୍ତି। ମା’ ବୈଷ୍ଣବୀ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସେ ଏହି ଦୋକାନ ପାଇଛନ୍ତି। ସ୍ବାମୀ ଏନ୍‌. କାଳିଦାସ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକ ପାନଦୋକାନ ଦେଇଥିବାବେଳେ ଆଚାର ପ୍ରସ୍ତୁତିରେ ମଧ୍ୟ ସହଯୋଗ କରନ୍ତି। ବିବାହ ପରେ ଆନ୍ଧ୍ରପ୍ରଦେଶରେ ରହିବା ସମୟରେ ସେ ଏହିସବୁ ଆଚାର କରିବା ଶିଖିଥିଲେ। ଭୁବନେଶ୍ୱରକୁ ଆସିବା ପରେ ସେ କେବଳ ଭେଜ୍‌ ଆଚାର ପ୍ରସ୍ତୁତ କରୁଥିଲେ। ପରେ ବାହାରୁ ଆସି ହଷ୍ଟେଲରେ ରହୁଥିବା ପିଲାଙ୍କ ପାଇଁ ସେ ଏହି ନନଭେଜ୍‌ ଆଚାର କରିବା ଆରମ୍ଭ କରିଥିଲେ। ତେବେ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସେ ଏହି ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ମନ ବଳାଇଛନ୍ତି। ବିଭିନ୍ନ ମେଳା ମହୋତ୍ସବରେ ସେ ଆଚାର ଷ୍ଟଲ୍‌ ଲଗାଇ ଭଲ ରୋଜଗାର କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନ ବନ୍ଦରରୁ ୫, ଝାରସୁଗୁଡାରୁ ୪ ସହରକୁ ସିଧା ସଳଖ ଉଡିବ ବିମାନ

ଭୁବନେଶ୍ୱର,୧୫ା୧୧(ଅନିଲଦାସ)-ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍‌, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବ। ସେହିପରି ଝାରସୁଗୁଡା...

ଭୁବନେଶ୍ୱରରୁ ଏହି ସହରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର,୧୪ା୧୧: ରାଜ୍ୟକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ଦେଶର ଅନେକ ସହରକୁ ବିମାନ ସେବା ମିଳୁଥିଲା ବେଳେ...

ଥରାଇବ ଶୀତ

ଭୁବନେଶ୍ୱର,୧୪ା୧୧(ଅନୁରାଧା ମହାରଣା)- ରାଜ୍ୟରେ ବର୍ତ୍ତମାନ କୌରସି ନିର୍ଦ୍ଧିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ। ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ...

ନଭେମ୍ବର ୧୮, ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର, ୧୫ା୧୧: ଆସନ୍ତା ନଭେମ୍ବର ୧୮ ତାରିଖ ଏବଂ ନଭେମ୍ବର ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ...

ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ...

ଆଦିବାସୀ ପିଲାମାନଙ୍କ ଶିକ୍ଷା, ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୫ା୧୧: ଜନତା ମଇଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ସମାରୋହ ପାଳନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ: ଡଙ୍ଗା ପାଇଁ ଗଲା ଏକାବେଳେ ୫ ଜଣଙ୍କ ଜୀବନ

ଭୁବନେଶ୍ୱର, ୧୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ବିଭିନ୍ନ...

ମନ୍ଦିର ଭିତରେ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ବର,୧୫।୧୧: ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ବେହେରା ସାହିସ୍ଥିତ ଶିବ ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ବେକରୁ ଜଣେ ଦୁର୍ବୃତ୍ତ ସୁନା ଚେନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri