Categories: ଜାତୀୟ

ଏନ୍‌.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ

ପଣ୍ଡିଚେରୀ, ୮।୫(ଆଇଏଏନ୍‌ଏସ୍‌): ଅଖିଳ ଭାରତ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି)ର ପ୍ରତିଷ୍ଠାତା ନେତା ଏନ୍‌. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ରାଙ୍ଗାସ୍ବାମୀ ୨୦୦୧ ଏବଂ ୨୦୦୬ରେ କଂଗ୍ରେସ ନେତା ଭାବେ ଏବଂ ୨୦୧୧ରେ ଏଆଇଏନ୍‌ଆର୍‌ସ ନେତାଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ନିର୍ବାଚନରେ ଏଆଇଏନ୍‌ଆର୍‌ସି ୧୦ ଏବଂ ସହଯୋଗୀ ଭାଜପା ୬ ଆସନରେ ଜିତିଥିଲା।

Share