Posted inଫୁରସତ

ପ୍ରାଣୀଙ୍କ ପ୍ରେମରେ ଶରୀରକୁ ବି ପ୍ରାଣୀଙ୍କ ଭଳି ….

ସୁପର୍‌ ମ୍ୟାନ, ସ୍ପାଇଡର ମ୍ୟାନ, ବ୍ୟାଟ ମ୍ୟାନ୍‌ ଆଦି କାଳ୍ପନିକ ଚରିତ୍ରମାନଙ୍କ ସମ୍ପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ପ୍ୟାରୋଟ୍‌ ମ୍ୟାନ, ଲିଜାର୍ଡ ମ୍ୟାନ, ଡ୍ରାଗନ୍‌ ଲେଡିଙ୍କ ସମ୍ପର୍କରେ ହୁଏ ତ ଅନେକେ ଜାଣି ନ ଥିବେ। ଏମାନେ କୌଣସି ସୁପର୍‌ ହିରୋ ନୁହନ୍ତି, ବରଂ ପଶୁପକ୍ଷୀଙ୍କୁ ଭଲ ପାଉଥିବା କେତେଜଣ ମଣିଷ। ଯେଉଁମାନେ ପ୍ରାଣୀଙ୍କୁ ଏତେ ଭଲ ପାଆନ୍ତି ଯେ, ଶେଷରେ ନିଜ ଶରୀରକୁ ବି ପ୍ରାଣୀଙ୍କ ଭଳି କରିଦେଇଛନ୍ତି…

ପ୍ୟାରୋଟ୍‌ ମ୍ୟାନ: ୟୁ.କେ., ବ୍ରିଷ୍ଟୋଲର ଟେଡ ରିଚାର୍ଡସ୍‌ ଶୁଆକୁ ବହୁତ ଭଲ ପାଆନ୍ତି। ଶୁଆର ଶାରୀରିକ ଗଠନ, ରଙ୍ଗ ସବୁକିଛି ତାଙ୍କୁ ଆକର୍ଷିତ କରେ। ଶେଷରେ ସେ ଏତେ ମାତ୍ରାରେ ଶୁଆ ମୋହରେ ପଡ଼ିଗଲେ ଯେ ନିଜକୁ ଶୁଆରେ ପରିବର୍ତ୍ତିତ କରିବାକୁ ଚିନ୍ତା କଲେ। ଆଉ ଏଥିପାଇଁ ସେ ଟାଟୁ ଓ ସର୍ଜରିର ସାହାଯ୍ୟ ନେଲେ। ୫୭ ବର୍ଷୀୟ ରିଚାର୍ଡ ପ୍ରଥମେ ନିଜ ପ୍ରିୟ ଶୁଆ ମୁହଁରେ ଥିବା ପାଞ୍ଚ ରଙ୍ଗର ପର ଭଳି ଟାଟୁ ନିଜ ଚେହେରାରେ କରାଇଲେ। ଏହାପରେ ସର୍ଜରି ମାଧ୍ୟମରେ ନିଜର କାନ କାଟି ବାହାର କରିଦେଲେ। ରିସ୍କ ନେଇ ଆଖିରେ ଲାଲ ରଙ୍ଗର ଟାଟୁ କରାଇଲେ ଓ ମୁଣ୍ଡରେ ଶିଙ୍ଗ ଲଗାଇଲେ। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ୧୧୦ରୁ ଊର୍ଦ୍ଧ୍ୱ ଟାଟୁ କରାଇଲେ, ଯାହାକି ଔଜ୍ଜ୍ୱଲ୍ୟମାନ ଲାଲ, ସବୁଜ, ନୀଳ ରଙ୍ଗର। ତା’ସହ ସେ ୫୦ଟି ବଡି ପିୟର୍ସିଂ କରାଇଛନ୍ତି ଓ ଜିଭକୁ ଦୁଇ ଫାଳ ବି କରାଇଛନ୍ତି। ଏସବୁ କରାଇବାବେଳେ ତାଙ୍କୁ କମ୍‌ କଷ୍ଟ ସହିବାକୁ ପଡ଼ିନି । ତଥାପି ଶୁଆ ହେବା ନିଶାରେ ସେ ସବୁ କଷ୍ଟ ସହି ଯାଇଛନ୍ତି। ଆଉ ନିଜ ପେନ୍‌ସନ ଟଙ୍କା ସବୁ ଏଥିପାଇଁ ଖର୍ଚ୍ଚ କରିଦେଇଛନ୍ତି।
ଲିଜାର୍ଡ ମ୍ୟାନ: ଏରିକ୍‌ ସ୍ପ୍ରଗ ଆମେରିକାର ଜଣେ ସାଇଡ ଶୋ’ ପରଫର୍ମର। ହେଲେ ସେ ବେଶ୍‌ ପରିଚିତ ‘ଲିଜାର୍ଡ ମ୍ୟାନ’ ଭାବେ। କାରଣ ସେ ସେ ଝିଟିପିଟି ପରି ଦେଖାଯିବା ଲାଗି ନିଜ ଶରୀରରେ ଅନେକ ପରିବର୍ତ୍ତନ କରାଇଛନ୍ତି। କେଣ୍ଟୁକିର କ୍ୟାମ୍ପବେଲରେ ଜନ୍ମିତ ଏରିକ୍‌ ଶରୀରରେ ସବୁଜ ରଙ୍ଗର କାତି ଭଳି ଟାଟୁ କରାଇଛନ୍ତି। ଜିଭକୁ ଦୁଇ ଫାଳ କରାଇଛନ୍ତି, ଚର୍ମ ଭିତରେ ଇମ୍ପ୍ଲାଣ୍ଟ କରାଇ ଗୋଲ ଗୋଲ ଉଠିଲା ଭଳି କରାଇଛନ୍ତି। ଦାନ୍ତକୁ ମୁନିଆ ଓ ଓଠକୁ ସବୁଜ କରାଇଛନ୍ତି। ଏଭଳି ପରିବର୍ତ୍ତନ କେବଳ ତାଙ୍କ ପରଫରମାନ୍ସ ପାଇଁ ନୁହେଁ, ବରଂ ସେ ଝିଟିପିଟିକୁ ଭଲ ପାଆନ୍ତି। ତେଣୁ ଶରୀରର ଏଭଳି ମୋଡିଫିକେଶନ୍‌ କରାଇଛନ୍ତି। ନିଜ ଶୋ’ରେ ସେ ନିଆଁ ଖାଇବା, ଖଣ୍ଡା ଗିଳିବା ଆଦି ପରଫର୍ମ କରନ୍ତି। ଶୋ’କୁ ତାଙ୍କର ଏଭଳି ଶରୀରକୁ ଦେଖିବା ଲାଗି ମଧ୍ୟ ବେଶି ଆସନ୍ତି।
ଡ୍ରାଗନ ଲେଡି: ଟେକ୍ସାସ୍‌ରେ ରହୁଥିବା ଟିଆମତ ଇଭା ମେଦୁସା ପେସାରେ ଥିଲେ ବ୍ୟାଙ୍କର। ତାଙ୍କର କାଳ୍ପନିକ ଚରିତ୍ର ଡ୍ରାଗନ ପ୍ରତି ଥିଲା ଅହେତୁକ ଆକର୍ଷଣ। ଡ୍ରାଗନ ଏକ କାଳ୍ପନିକ ପ୍ରାଣୀ ହୋଇଥିଲେ ହେଁ ସେ ଚାହିଁଥିଲେ ନିଜକୁ ଡ୍ରାଗନ ଭଳି କରିବା ପାଇଁ। ତେଣୁ ଚାକିରି ଛାଡି ସେ ନିଜର ଏହି ସ୍ବପ୍ନକୁ ପୂରା କରିବାରେ ଲାଗିଲେ। କପାଳରେ ଶିଙ୍ଗ ଇପ୍ଲାଣ୍ଟ କରାଇଲେ, କାନକୁ କାଟି ବାହାର କରିଦେଲେ ଓ ନାସାପଥକୁ କାଟି ଡ୍ରାଗନ ନାକ ପରି ଆକୃତି କରିଲେ। ଏହାବାଦ ସେ ଆଖିକୁ ସବୁଜ ରଙ୍ଗରେ ରଙ୍ଗାଇଲେ ଓ ଡ୍ରାଗନ୍‌ ଲୁକ୍‌ ପାଇବା ପାଇଁ ଜିଭକୁ ଦୁଇ ଫାଳ କଲେ। ସାରା ଶରୀରରେ ପୁଣି ସରୀସୃପର କାତି ଭଳି ଟାଟୁ କରାଇଲେ। ଟିଆମତଙ୍କର ଏଭଳି କାର୍ଯ୍ୟ ତାଙ୍କ ପୁଅକୁ ଭଲ ଲାଗି ନ ଥିଲା। ତେଣୁ ସେ ତାଙ୍କଠୁ ଦୂରେଇଗଲା। ତେବେ ବି ତାଙ୍କର ଦୁଃଖ ନାହିଁ। ସେ କୁହନ୍ତି, ‘ମୋ ପୁଅ ମତେ ଇଣ୍ଟରନେଟ୍‌ ମାଧ୍ୟମରେ ଦେଖୁଥିବ। ସେ ଦିନେ ନା ଦିନେ ମତେ ବୁଝିବ।’
କ୍ୟାଟ ମ୍ୟାନ: ମିସିଗାନରେ ଜନ୍ମିତ ଡେନିସ୍‌ ଆଭନର୍‌ ବଡ଼ ହେବା ପରେ ନେଭିରେ ସୋନାର୍‌ ଟେକ୍ନିସିଆନ ଭାବେ କାମ କରୁଥିଲେ। ପରେ ଏହି ଚାକିରି ଛାଡି ସେ କାଲିଫର୍ନିଆରେ କମ୍ପ୍ୟୁଟର ପ୍ରୋଗ୍ରାମର ଓ ଟେକ୍ନିସିଆନ କାମ କଲେ। ତାଙ୍କର ବିଲେଇ ଓ ବାଘ ପ୍ରତି ଥିଲା ଆକର୍ଷଣ ଓ ଭଲ ପାଇବା। ତେଣୁ ସେ ବି ନିଜ ଶରୀରକୁ ସେହି ପ୍ରାଣୀ ଭଳି କରିବା ପାଇଁ ମନ ବଳାଇଲେ। ଶରୀର ସାରା ଓ ଚେହେରାରେ ବିଲେଇ ଶରୀର ଦେଖିବାକୁ ଯେମିତି ସେହିଭଳି ଟାଟୁ କରାଇଲେ ଓ ଉପର ଓଠରେ ପିୟର୍ସିଂ କଲେ। ତା’ସହ ଉପର ଓଠ ଓ ନାକ ମଝିରେ ନିଶ ଇପ୍ଲାଣ୍ଟ କରାଇଲେ। ଯେମିତିକି ସେ ଅଧିକରୁ ଅଧିକ ବିଲେଇ ପରି ଦେଖାଯିବେ। ଉପର ଓଠକୁ ମଝିରୁ କାଟି ତାକୁ ଟେକି ଇଂଲିଶ ‘ଏ’ ଭଳି କଲେ। ଏଭଳି ବଡ଼ି ମୋଡିଫିକେସନ୍‌ ପରେ ସେ ‘କ୍ୟାଟ୍‌ ମ୍ୟାନ୍‌’ ଭାବେ ପରିଚିତ ହେଲେ। ଆଉ ଏହି ପରିଚୟରୁ ତାଙ୍କୁ ମିଳୁଛି ଅତ୍ୟନ୍ତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri