Posted inUncategorized

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା । ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ । ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ ଚାକିରି କରିଦେବା ନାମରେ କୋଟିଏରୁ ଊର୍ଦ୍ଧ ଟଙ୍କା ହଡପ, ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଥିଲି ଥାନା ପୋଲିସ। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର୍‌ ।
ବିଜୁ ଜନତା ଦଳର କିଛି ଜନ ପ୍ରତିନିଧି ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପକରି ନେଇଥିବା  ମାଥିଲି ଥାନାରେ ଅଭିଯୋଗ ହୋଇଛି। ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ରବିନାରାୟଣଙ୍କ ପୁଅଙ୍କୁ ଯୋଗାଣ ଇନିସ୍ପେକ୍ଟର ଚାକିରି କରାଇଦେବା ନାମରେ ମାଥିଲି ଜିଲାପରିଷଦ ଜୋନ୍‌-୩ ସଭ୍ୟା ସସ୍ମିତା ମାଝି ଗତ ଏପ୍ରିଲ ୨୫ ତାରିଖ ୨୦୨୩ ମସିହାରେ ୧ ଲକ୍ଷ ଟଙ୍କା, ଓ ୨୮ ଏପ୍ରିଲ ୨୦୨୩ରେ ୩୦ ହଜାର ଟଙ୍କା ନେଇଥିଲେ। ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ ବୋଲି କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ୬ ଲକ୍ଷ ଟଙ୍କା ପଠାଇ ଦେବାକୁ କହିଥିଲେ। ଏହି ବାବଦକୁ ଦୁଇଟି କିସ୍ତିରେ ରାଉତଙ୍କ ଆକାଉଣ୍ଟକୁ ୬ଲକ୍ଷ ଟଙ୍କା ପଠାଇଥିଲେ। ପରେ ତାଙ୍କ ଚାକିରି ନ ହୋଇବାରୁ ରବିନାରାୟଣ ସସ୍ମିତା ମାଝୀଙ୍କୁ ଏ ସମ୍ବନ୍ଧରେ କହିବାରୁ ସେ ଧମକ ଚମକ ଦେଇ ଥାନାରେ କହିଲେ ଜୀବନରେ ମାରିଦେବାକୁ କହିଥିଲେ। ୧୯ ତାରିଖରେ ମାଥିଲି ଥାନାରେ ରବିନାରାୟଣ ମାମଲା ରୁଜୁ କରିଥିଲେ। ମାଥିଲି ଥାନାରେ କେଶ  ନଂ ୧୬୬/୨୪ରେ ତଦନ୍ତ ହୋଇଥିଲା। ପରେ ଅନ୍ୟ ୨ଟି ଘଟଣା ଘଟିଥିଲା ।

ଏହି ୩ ମାମଲା ମାଥିଲି ଥାନାରେ ରୁଜୁ କରା ଯାଇଛିା  ନେଶ୍ୱରରୁ ରମେଶ ଚନ୍ଦ୍ର ରାଉତଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଏହାର ଉଚ୍ଚସ୍ତରୀୟ ତଦନ୍ତ  ଚାଲିଛି।  ସସ୍ମିତା ମାଝୀ ବର୍ତ୍ତମାନ ଫେରାର୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା...

ଅପାଠୁଆ ସାକ୍ଷର

ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି...

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ...

ମହାକାଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଗଲେ, କେମିତି ହୁଏ ମହାକାଶଚାରୀଙ୍କ ଚିକିତ୍ସା: ଜାଣନ୍ତୁ ରୋଚକ କଥା…

ନୂଆଦିଲ୍ଲୀ,୨୫।୧୧: ମହାକାଶଚାରୀମାନେ ମହାକାଶକୁ ଯାଆନ୍ତି। ସେଠାରେ ସେମାନେ ଅନେକ ପ୍ରକାରର ଅନୁସନ୍ଧାନ କରନ୍ତି, କିନ୍ତୁ ଏଥିରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ। ମହାକାଶଚାରୀମାନେ ମହାକାଶକୁ ଗଳେ,...

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି...

ଟଙ୍କାରେ ପ୍ରଲୋଭିତ ହେଲେନି ଚାନ୍ଦବାଲିବାସୀ: ସୁଲତା

ଭଦ୍ରକ,୧୬ା୧୧(ସନାତନ ରାଉତ): ରଙ୍ଗ ବଦଳାଇଲେ ଲୋକଙ୍କ ଭଲପାଇବା ନେଇପାରିବେନି କି ସେମାନଙ୍କ ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ। ଭଦ୍ରକ ଜିଲା ଧାମରାରେ ବିଜେଡି ପକ୍ଷରୁ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri