Categories: ଜାତୀୟ

‘ନା କରିବି, ନା କରାଇଦେବି’

ନୂଆଦିଲ୍ଲୀ,୧୧।୯: ଜି-୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଆସିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ପରେ ଭିଏତନାମରେ ପହଞ୍ଚିଛନ୍ତି। ସେଠାରେ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, ସେ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାନବିକ ଅଧିକାର ଏବଂ ମୁକ୍ତ ଗଣମାଧ୍ୟମ ବିଷୟରେ କଥା ହୋଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହା ଉପରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମରେ ପହଞ୍ଚି ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ସେଠାରେ ସେ କହିଛନ୍ତି, ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମାନବିକ ଅଧିକାର ପ୍ରତି ସମ୍ମାନର ଗୁରୁତ୍ୱ ଏବଂ ଏକ ଶକ୍ତିଶାଳୀ ସମୃଦ୍ଧ ଦେଶ ଗଠନରେ ନାଗରିକ ସମାଜ ଏବଂ ମୁକ୍ତ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଜୟରାମ ରମେଶ ବାଇଡେନଙ୍କ ଏହି ବିବୃତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ କହିଥିଲେ ଯେ ସେ ଖବରଦାତା ସମ୍ମିଳନୀ କରିବେ ନାହିଁ କିମ୍ବା ଏହାକୁ ଆୟୋଜନ କରିବାକୁ ଦେବେ ନାହିଁ। ଏହାର କୌଣସି ପ୍ରଭାବ ପଡିନାହିଁ। ଜୟରାମ ରରେଶ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍‌କୁ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ ବିଷୟରେ ଜବାବ ଦେବାକୁ ଅନୁମତି ଦିଆଯାଇ ନାହିଁ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗଣତନ୍ତ୍ର ଏହିପରି କାର୍ଯ୍ୟ କରେ।

Share