Categories: ଫୁରସତ

ନାଗୁଣୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ନାଗ, ଚର୍ଚ୍ଚାରେ ଅନନ୍ୟ ପ୍ରେମକାହାଣୀ

ମଣିଷର ପ୍ରେମକାହାଣୀ ବିଷୟରେ ଆପଣ ଶୁଣିଥିବେ, ହେଲେ ବିହାରର ଗୋପାଳଗଞ୍ଜ ଜିଲାର ଭୋରେ ବ୍ଲକ ଅଞ୍ଚଳରେ ନାଗ-ନାଗୁଣୀଙ୍କ ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାର ଭୋପାଟପୁରା ଗାଁରେ ଥିବା ପୋଖରୀରୁ ମାଛ ଧରିବା ଲାଗି ଜଣେ ବ୍ୟକ୍ତି ଜାଲ ବିଛାଇଥିଲେ। ଭୁଲବଶତଃ ସେଥିରେ ଏକ ନାଗୁଣୀ ଫସି ଯାଇଥିଲା। ଏହାଦେଖି ନାଗ ମଧ୍ୟ ସେଠାରେ ପହଞ୍ଚି ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ଯେତେ ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ନିଜେ ମଧ୍ୟ ସମାନ ଜାଲରେ ଫସି ଯାଥିଲା। ପରେ ସେଥିରୁ ମୁକୁଳିବାକୁ ଚେଷ୍ଟା କରିବା ବେଳେ ନାଗୁଣୀର ମୃତ୍ୟୁ ଘଟିଥିଲା। ଏହାପରେ ନାଗର ମଧ୍ୟ ଜୀବନ ଚାଲିଯାଇଥିଲା। ନାଗଙ୍କ ଏଭଳି ପ୍ରେମକୁ ଜଣେ ଯୁବକ ନିଜ ମୋବାଇଲରେ ରେକଡିଂ କରିଥିଲେ। ଏହାପରେ ପୁରା ଗାଁରେ ଏହି ଦୁଃଖଦ ପ୍ରେମକାହାଣୀକୁ ନେଇ ଚର୍ଚ୍ଚା ହୋଇଥିଲା। ପରେ ଲୋକମାନେ ପୋଖରୀକୂଳରେ ଏକତ୍ରିତ ହୋଇଥିଲେ। ପରେ ଉଭୟ ନାଗନାଗୁଣୀଙ୍କୁ ଲୋକେ ବାହାର କରି ପୋତି ଦିଆଯାଇଥିଲା। ଏବେ ଏହି କାହାଣୀ ସୋସିଆଲ ମିଡିଆlରେ ବେଶ ଭାଇରାଲ ହେଉଛି।

Share