Categories: ଫୁରସତ

ଶ୍ରାବଣ ମାସରେ ଅଦ୍ଭୁତ ଦୃଶ୍ୟ: ପାଣି ଭିତରେ ଶିବଲିଙ୍ଗ ଦେହରେ ଗୁଡେଇ ହୋଇଛି ନାଗ, ଭିଡିଓ ଦେଖିଲେ…

ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ। ସବୁ ସ୍ଥାନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଉଛି। କାଉଡିଆମାନେ ପ୍ରତି ସୋମବାର ଜଳଲାଗି କରୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଭକ୍ତିରେ ହାତ ଯୋଡ଼ୁଛନ୍ତି।
ଭିଡିଓରେ ପାଣି ଭିତରେ ଥିବା ଶିବଲିଙ୍ଗ ଦେହରେ ନାଗ ଗୁଡେଇ ହୋଇଥିବା ଦେଖାଯାଉଛି। ଇନଷ୍ଟାଗ୍ରାମରେ ଭିଡିଓକୁ ଶେୟାର କରାଯିବା ପରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି। ଭଗବାନଙ୍କ ଆଶୀର୍ବାଦ ବୋଲି ଅନେକ ଏହାକୁ କହୁଥିବା ବେଳେ କିଛି ଅଦ୍ଭୁତ, ଅକଳ୍ପନୀୟ ବୋଲି କହୁଛନ୍ତି।
ଦେଖନ୍ତୁ ଭିଡିଓ:
Share