ଛୋଟପରଦାର ଲୋକପ୍ରିୟ ଶୋ’ ‘ନାଗିନ-୩’ର ଅଭିନେତା ପର୍ଲ ଭି ପୁରୀଙ୍କ ବାପା ଭିପିନ ପୁରୀଙ୍କର ପରଲୋକ ଘଟିଛି। ବିଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଗୁରୁବାର ହାର୍ଟଆଟାକ୍ରେ ତାଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ପର୍ଲ ତାଙ୍କର ଆଗାମୀ ଶୋ’‘ବ୍ରହ୍ମରାକ୍ଷସ-୨’ର ଶୁଟିଂ ପାଇଁ ମୁମ୍ବାଇରେ ଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ସେ ଶୁଟିଂ ଛାଡି ନିଜ ଘର ଆଗ୍ରାକୁ ଚାଲିଯାଇଛନ୍ତି। ଏହି ଅସୁବିଧା ସମୟରେ ଶୋ’ ମେକର୍ସ ଏବଂ ପୁରା ଟିମ୍ ତାଙ୍କୁ ସପୋର୍ଟ କରିଥିବା ଜଣାପଡ଼ିଛି।