ନବ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଭୁବନେଶ୍ୱରକୁ କରାଗଲା ଏୟାରଲିଫ୍ଟ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ରବିବାର ଗୁଳିମାଡ଼ ହୋଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରରୁ ତାଙ୍କୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ତାଙ୍କ ଦେହରେ ୨ଟି ଗୁଳି ବାଜିଥିବା କୁହାଯାଉଥିବା ବେଳେ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ।

Share