ନବ ଦାସ ହତ୍ୟା ମାମଲା: ଆଜି ଦାଖଲ ହୋଇପାରେ ଚାର୍ଜଶିଟ୍‌

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୋମବାର ଚାର୍ଜଶିଟ୍‌ ଦାଖଲ ହୋଇପାରେ। ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବ।
ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍‌ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ତେବେ ଏହି ଚାର୍ଜଶିଟ୍‌ରେ କ’ଣ ସବୁ ଉଲ୍ଲେଖ ରହିଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share