Advertisement

ନବ ଦାସ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି

ଦେବଗଡ,୧୬।୨(ଡି.ଏନ.ଏ.): ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାଜପା ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଗୋହରୀ ବନ୍ଦ ନିକଟ ଶନି ମନ୍ଦିରରୁ ଏକ ବିଶାଳ ରାଲି ବାହାରି ନଗର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା, ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛି ପୋଲିସ, ବିଜେଡି ଶାସନରେ ରାଜ୍ୟ ଅସୁରକ୍ଷିତ ବୋଲି ବିଭିନ୍ନ ନାରାବାଜି ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ଜିଲା ସଭାପତି ମୀନ କେତନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, ଭାଜପା ଜିଲା ଉପସଭାପତି ଭାରତ ଭୂଷଣ ପ୍ରଧାନ, ସତ୍ୟ ନାରାୟଣ ପାଣି, ଜିଲା ସମ୍ପାଦକ ସଚିକାନ୍ତ ଦାଶ, ଯୁବମୋର୍ଚ୍ଚା ଜିଲା ସଭାପତି ସନ୍ତୋଷ ଭୁତିଆ, ପୌର ପରିଷଦ ଉପ ନଗରପାଳ ପ୍ରଜିତ ଭୋଜ, ଯୁବନେତା ଦୟାଶଙ୍କର ଦ୍ୱିବେଦୀ, ଯୋଗେଶ ପ୍ରଧାନ, ରମଣୀ ରଞ୍ଜନ ଆଚାର୍ଯ୍ୟ, ରାଜେନ୍ଦ୍ର ଆଚାର୍ଯ୍ୟ, ସରୋଜ ପାଢ଼ୀଙ୍କ ସମତେ ଅନ୍ୟ ବହୁ କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share