ଭୁବନେଶ୍ୱର,୨୧।୨(ବ୍ୟୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦାର ଜେଲରେ ଅଛନ୍ତି। ତେବେ ଘଟଣାକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ବେଳେ ଗୋପାଳ ନବ ଦାସଙ୍କୁ କିଭଳି ମାରିଥିଲା,ତାହାର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ, ମନ୍ତ୍ରୀଙ୍କ ସମ୍ମୁଖରେ ଗୋପାଳ ଛିଡା ହୋଇଛନ୍ତି। ତେବେ ଫଟୋରେ ବନ୍ଧୁକ ଦେଖାଯାଉ ନ ଥିଲେ ବି ଅଭିଯୁକ୍ତ ଗୋପାଳର ପୋଜିସନ ସ୍ପଷ୍ଟ ବାରି ହେଉଛି।
ଅନ୍ୟପଟେ, ଗୋପାଳ ଦାସ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁ କୋର୍ଟରେ ଆବେଦନ କରିଥିବା ଜଣାପଡିଛି। ଏଥିସହ ଗୋପାଳଙ୍କୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ ଆବେଦନରେ କୁହାଯାଇଛି।