ଲଣ୍ଡା ହୋଇ ଶପଥ କରିଥିଲେ ଗୋପାଳ

ସମ୍ବଲପୁର,୧୫ା୭(ଶୁଭାଶିଷ ପାଢୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁବାର ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହଜାର କରିଥିଲା। ଏହାର ଦିନକ ପରେ ବରଗଡ଼ ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ ସୁରେଶ ପୂଜାରୀ ସମ୍ବଲପୁରରେ ଖବରଦାତା ସମ୍ମିଳନୀ କରି କ୍ରାଇମ୍‌ବ୍ରାଞ୍ଚର ଚାର୍ଜଶିଟ୍‌ରେ ଥିବା ଚାଞ୍ଚଲ୍ୟକର ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ମେ ୨୬ ତାରିଖରେ କ୍ରାଇମବ୍ରାଞ୍ଚ ଉକ୍ତ ୫୦୦ ପୃଷ୍ଠାର ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିଥିଲା। ସେଥିରେ ଉଲ୍ଲେଖ ରହିଛି ଯେ, ଗତ ପଞ୍ଚାୟତ ନିର୍ବାଚନ ବେଳେ ଝାରସୁଗୁଡା ବଡ଼ମାଲ ଅଞ୍ଚଳରେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଗୋପାଳ ଯାଞ୍ଚ ପାଇଁ ଅଟକାଇଥିଲେ। ଏହି ସମୟରେ ସମର୍ଥକଙ୍କ ସହ ପାଟିତୁଣ୍ଡ ହେବାରୁ ସେ ଯାଞ୍ଚ ନ କରି ଫେରିଯାଇଥିଲେ। ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଓ ସମର୍ଥକଙ୍କ ଧମକ ପରେ ଗୋପାଳ ଡରିଯାଇଥିଲେ। ସେବେଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ନିକଟ ଭବିଷ୍ୟତରେ ନବଙ୍କ ସମର୍ଥକଙ୍କ ଦ୍ୱାରା ହତ୍ୟାର ଶିକାର ହେବେ ବୋଲି ସେ ଭାବିଥିଲେ। ନବ ତାଙ୍କୁ ହତ୍ୟା କରିବା ପୂର୍ବରୁ ସେ ନବଙ୍କୁ ମାରିବାକୁ ସ୍ଥିର କରିଥିଲେ। ଏଥିପାଇଁ ଗୋପାଳ ସମଲେଶ୍ୱରୀ ମନ୍ଦିରରେ ଲଣ୍ଡା ହୋଇ ଶପଥ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ନବଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ପ୍ରୟାସ କରିଥିଲେ। ହେଲେ ସେଥିରେ ବିଫଳ ହୋଇଥିଲେ। ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍‌ ମାରିଥିଲେ। ସେହିଦିନଠୁ ନିଜ ସର୍ଭିସ୍‌ ପିସ୍ତଲରେ ସେ ଗୁଳି ଲୋଡ୍‌ କରି ରଖିଥିଲେ ବୋଲି ଚାର୍ଜଶିଟ୍‌ରେ ଉଲ୍ଲେଖ ଥିବା ପୂଜାରୀ ସୂଚନା ଦେବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ଚାର୍ଜଶିଟକୁ ରଦି କାଗଜ ବୋଲି ପୂଜାରୀ କହିଛନ୍ତି। କାରଣ ଏଥିରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଦଣ୍ଡିତ କରିବା ଭଳି କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ସରକାର ସତ୍ୟ ଲୁଚାଇବାକୁ ଉଦ୍ୟମ କରିଛନ୍ତି। ଗୋପାଳରେ ତଦନ୍ତ ଆରମ୍ଭ କରି ଗୋପାଳରେ ଶେଷ କରାଯାଇଛି। ଅନ୍ୟ ଦିଗ କିମ୍ବା ବ୍ୟକ୍ତିବିଶେଷଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଗୋପାଳଙ୍କ ୧୫ ଦିନର ମୋବାଇଲ ଫୋନ କଲ୍‌ ରେକର୍ଡ ଯାଞ୍ଚ କରାଯାଇ ନାହିଁ ବୋଲି ପୂଜାରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ତଦନ୍ତ ଆରମ୍ଭରୁ ବାଟବଣା ହୋଇଥିବା ଜଣାପଡୁଥିଲା। ଆଜି ପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ଜଣାପଡ଼ିଲା ନାହିଁ। ଯାହା ଚାର୍ଜଶିଟରେ ଲେଖାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ। ଚାର୍ଜଶିଟ ତଥ୍ୟ ଅନୁସାରେ ଗାଡ଼ି ପାର୍କିଂକୁ ନେଇ ନବ ଦାସଙ୍କ ସମର୍ଥକ ଓ ଗୋପାଳଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ କେବେ ସେହି ଘଟଣା ଘଟିଥିଲା ତାହା ଉଲ୍ଲେଖ ନାହିଁ। ଥାନାରେ ମଧ୍ୟ ଷ୍ଟେଶନ ଡାଏରି ହୋଇନାହିଁ। ପ୍ରାୟତଃ ଛୋଟ ବଚସାକୁ ନେଇ ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡ ହୁଏ ନାହିଁ। ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ ଗୋପାଳ ଓ ନବଙ୍କ ମୋବାଇଲ୍‌ ଫୋନ ଟ୍ରାକ୍‌ କରାଯାଇ ନାହିଁ। ନବଙ୍କ ଶରୀର ଭେଦ କରିଥିବା ଗୁଳି ଏପର୍ଯ୍ୟନ୍ତ ନ ମିଳିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ସଂଗ୍ରହରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି। ତଦନ୍ତ ସମାଧିସ୍ଥ ହୋଇଛି। ସେହିପରି ଘଟଣା ପରେ ଗୋପାଳ ହତ୍ୟାର କାରଣ ନେଇ ନୋଟ ଲେଖିଥିଲେ, ଯାହାକି ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚ ବାହାର କରିଥିଲା। ହେଲେ ଏଥିରେ କ’ଣ ଲେଖାଥିଲା ତାହା ଚାର୍ଜଶିଟରେ ଉଲ୍ଲେଖ କରାଯାଇନାହିଁ ବୋଲି ପୂଜାରୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୩ରେ ନବ ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯାଉଥିଲେ। ତେବେ ଗାନ୍ଧୀ ଛକରେ କର୍ମୀମାନେ ତାଙ୍କୁ ଅଟକାଇ ସ୍ବାଗତ କରିଥିଲେ। ଠିକ୍‌ ସେହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ୍‌ ରିଭଲଭରରୁ ନବଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେହିଦିନ ସନ୍ଧ୍ୟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri