କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ନବ ଦାସଙ୍କ ପୁଅ ବିଶାଳ: ଫଟୋକୁ ନେଇ ବଢ଼ୁଛି ଚର୍ଚ୍ଚା

ଭୁବନେଶ୍ୱର,୨।୭: ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ବର୍ଗତ ନେତା ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋକୁ ନେଇ ଚର୍ଚ୍ଚା ଚାଲିଛି। ଫଟୋରେ ଏହା ଦେଖିବାକୁ ମିଳୁଛି ଯେ, ଧର୍ମେନ୍ଦ୍ର ରାତ୍ରିଭୋଜନ କରୁଥିବା ସମୟରେ ତାଙ୍କ ପାଖରେ ଦଳୀୟ କର୍ମୀ ରହିଛନ୍ତି । ତେବେ ଏହି ସମୟରେ ତାଙ୍କ ପାଖରେ ବିଶାଳ ମଧ୍ୟ ବସିଛନ୍ତି । ଦୀପାଳି ଝାରସୁଗୁଡାରୁ ବିଧାୟିକା ଭାବେ ନିର୍ବାଚନ ଲଢ଼ିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ହାରି ଯାଇଥିଲେ। ପରେ ଧର୍ମେନ୍ଦ୍ରଙ୍କ ସହ ବିଶାଳଙ୍କ ଫଟୋକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି। ବିଶାଳ ତାଙ୍କୁ ଭେଟିବାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଏହି ଫଟୋ ଅନେକ କିଛି ବୟାନ କରୁଛି । ଭାଇରାଲ ଫଟୋକୁ ଦେଖି ଭଉଣୀ ହାରିବା ପରେ ଭାଇ ଦଳ ବଦଳ ପାଇଁ ଯୋଜନା କରୁଥିବା କୁହାଯାଉଛି।

Share