ପୁରୀ ଅଫିସ,୨୯।୬: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ସକାଳ ୮ଟାରୁ ଏହି ଦର୍ଶନ ଆରମ୍ଭ ହେବ। ୧୫ ଦିନର ଅନବସର ନୀତି ପରେ ନବଯୌବନ ଦର୍ଶନ ହେବେ ଶ୍ରୀବିଗ୍ରହ।
ସେବାୟତମାନେ ମଙ୍ଗଳବାର ଏବଂ ବୁଧବାର ଶ୍ରୀଜିଉଙ୍କ ବନକ ଲାଗି କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଇତ୍ୟାଦି ବ୍ୟବହାର କରାଯାଇ କରାଯାଇଛି। ଆଜି ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଦେବାର ପରମ୍ପରା ରହିଛି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ୧ଘଣ୍ଟା ପାଇଁ ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ହେବ। ସେହିଭଳି ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦, ରାତି ୯ଟାରୁ ୧୦ଟା ୩୦, ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି ।