ଯୋରନ୍ଦା ଉତ୍ସବ ମୁଖର, ଲାଗିହେଲା ନବାନ୍ନ ଭୋଗ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ଧର୍ମପୀଠ ମହିମା ଗାଦି ଯୋରନ୍ଦାରେ ନବାନ୍ନ ଉତ୍ସବ ରବିବାର ପାଳିତ ହୋଇଯାଇଛି। ନବାନ୍ନ ଉତ୍ସବ ପାଇଁ ଯୋରନ୍ଦାରେ ଜିଲାର ବିଭିନ୍ନ ଅଞ୍ଚଳ ସମେତ ମୟୂରଭଞ୍ଜ, କଟକ, ଜଗତସିଂହପୁର, କେନ୍ଦୁଝର, ଅନୁଗୋଳ, ସମ୍ବଲପୁର ଆଦି ଜିଲାରୁ ବହୁ ସଂଖ୍ୟାରେ ମହିମା ସାଧୁ, ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଫଳରେ ଯୋରନ୍ଦା ଉତ୍ସବ ମୁଖର ହୋଇଉଠିଛି। ବର୍ଷ ପ୍ରଥମ ଶସ୍ୟରୁ ପ୍ରସ୍ତୁତ ନୂଆ ଚୁଡ଼ା ସହ ନଡ଼ିଆ, କଦଳୀ , ଗୁଡ଼, କ୍ଷୀର, ଦହି, କାଜୁ ଆଦି ପକାଯାଇ ଏହି ନବାନ୍ନ ପ୍ରସ୍ତୁତ ହୋଇଥାଏ । ମହିମା ସାଧୁ, ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ଏକାଠି ବସି ଆନନ୍ଦ ଉଲ୍ଲାସର ସହ ନବାନ୍ନ ଭକ୍ଷଣ କରିଥିଲେ। ଏହା ପରେ ଜଗତ କଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ଶୂନ୍ୟ ପ୍ରଭୁଙ୍କୁ ଘୃତାହୁତି କରି ପ୍ରାର୍ଥନା କରିଥିଲେ।

Share