ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ

ଭୁବନେଶ୍ୱର,୨୪।୬: ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ଶନିବାର ଗିରଫ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ  ଗିରଫ କରିଛି। ଭିଜିଲାନ୍ସ ସେଲ ଏସ୍ପି ଏମ. ରାଧାକ୍ରିଷ୍ଣନଙ୍କ ସୂଚନା ଅନୁଯାୟୀ,
ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସଂପତ୍ତି ଠାବ କରାଯାଇଛି। ୩ କୋଟିରୁ ଅଧିକ ଟଙ୍କା, ଭୁବନେଶ୍ବରରେ ଘର ଠାବ,୫ଟି ପ୍ଲଟ, ୨ଟି ଦାମୀ କାର୍‌ ମଧ୍ୟ ଜବତ କରାଯାଇଛି।
ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି।
ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଛି। ଚଢ଼ାଉ ବେଳେ  ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊଦ୍ଧର୍‌ବ ଟଙ୍କା ମିଳିଥିଲା
Share