ନବରଙ୍ଗପୁର ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୯।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ । କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା। ଏହାପରେ ଉଭୟେ କରୋନା ଟେଷ୍ଟ କରିଥିଲେ। ଟେଷ୍ଟ ପରେ ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ହୋମ ଆଇସୋଲେସନରେ ଥିବା ନେଇ ସଦାଶିବ ପ୍ରକାଶ କରିଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି।