ମଙ୍ଗଳବାରରୁ ୨ ଦିନ ନବରଙ୍ଗପୁର ଶଟ୍‌ଡାଉନ୍‌

ନବରଙ୍ଗପୁର,୨୦।୭(ବି.ପ୍ର.): ନବରଙ୍ଗପୁର ଜିଲାକୁ ମଙ୍ଗଳବାରଠାରୁ ୨ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୋମବାର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଏପରି ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳ ୫ଟାରୁ ବୁଧବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଶଟଡାଉନ ରହିବ। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷ ଦୋକାନ ଖୋଲାରଖିବାକୁ ନିର୍ଦ୍ଦେଶ ଥିବା ବେଳେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଓ କ୍ଷୀର ଦୋକାନ ଖୋଲା ରହିବ।
ଅନ୍ୟପଟେ ଯିଏ ଏହି ନିୟମକୁ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୨ ଦିନ ମଧ୍ୟରେ ସଂକ୍ରମଣ ରୋକିବାକୁ ଚେଷ୍ଟା କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲାରେ ସର୍ବମୋଟ ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share