Categories: ବାଣିଜ୍ୟ

ୟୁଏନ୍‌ଡିପି ସହ ନାବାର୍ଡର ସହଭାଗିତା

ଭୁବନେଶ୍ୱର,୧୪।୯: ନ୍ୟାଶନାଲ ବ୍ୟାଙ୍କ ଫର୍‌ ଅଗ୍ରିକଲ୍ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ଏବଂ ଦି ୟୁନାଇଟେଡ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି)ର ଭାରତ ଶାଖା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ଭାରତୀୟ କ୍ଷୁଦ୍ରଚାଷୀଙ୍କ ବିକାଶ ଓ ସହାୟତା ପାଇଁ ଆବଶ୍ୟକ ପ୍ରଯୁକ୍ତି ଏବଂ କୃଷି କ୍ଷେତ୍ରରେ କୋ-କ୍ରିଏଟ ଡାଟା ଡ୍ରିଭେନ ଇନୋଭେଶନ ଉପରେ ଏହି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଥିବା ଉଭୟ ସଂସ୍ଥା ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ନାବାର୍ଡର ସିଜିଏମ୍‌ ସଞ୍ଜୀବ ରୋହିଲ୍ୟା ଏବଂ ୟୁଏନ୍‌ଡିପିର ଡିଆର୍‌ଆର୍‌ ଇସାବେଲ ସାଚ୍ଚେନଙ୍କ ମଧ୍ୟରେ ଉପରୋକ୍ତ ବୁଝାମଣା ସ୍ବାକ୍ଷର ହୋଇଥିଲା। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି କୃଷି କ୍ଷେତ୍ରରେ କିଭଳି ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରୟୋଗ କରାଯାଇପାରିବ ସେ ନେଇ ମଧ୍ୟ ଉଭୟ ସଂସ୍ଥା ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା।

Share