୨ଲକ୍ଷ କୋଟିରୁ ଅଧିକ କ୍ରେଡିଟ୍‌ ପ୍ଲାନ୍‌ କଲା ନାବାର୍ଡ

ଭୁବନେଶ୍ୱର,୧୧।୧(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ କ୍ରେଡିଟ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ୨ଲକ୍ଷ ୬୦୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କ ସହମତି ପ୍ରଦାନ କରିଛନ୍ତିି। ନାବାର୍ଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାରରେ ଏପରି ସୂଚନା ଦିଆଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅର୍ଥ ସଚିବ ବିଶାଲ କୁମାର ଦେବ, କୃଷି ସଚିବ ଡ. ଅରବିନ୍ଦ ପାଢ଼ୀ, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଏସ୍‌.ପି. ମହାନ୍ତି, ଏସ୍‌ଏଲ୍‌ବିସି ଆବାହକ ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ସମସ୍ତ ଷ୍ଟେକ୍‌ ହୋଲ୍‌ଡରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ନାବାର୍ଡର ସିଜିଏମ୍‌ ଡ. ସୁଧାଂଶୁ କେକେ ମିଶ୍ରା ସ୍ବାଗତ ଅଭିଭାଷଣ ରଖିବା ସହ ଉପତ୍ାଦନ ଓ ଉପତ୍ାଦ ବିକ୍ରି ନେଇ ମତ ରଖିଥିଲେ। ପୂର୍ବ ବର୍ଷ କେବଳ କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦିଅଯାଇଥିବାବେଳେ ଚଳିତ ବର୍ଷ ଉପତ୍ାଦ ବିକ୍ରି ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଚଳିତଥର କୃଷି ସମେତ କ୍ଷୁଦ୍ର , ଅଣୁ, ମଧ୍ୟମ ଶିଳ୍ପ ଓ ମିଶନ ଶକ୍ତି ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ଗତବର୍ଷ ଶତ ପ୍ରତିଶତ ସଫଳତା ହାସଲ ହୋଇଥିବାବେଳେ ବିଭିନ୍ନ ଜିଲାର ସମ୍ବଳ ଦେଖି ଚଳିତବର୍ଷର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏନେଇ ଉନ୍ନୟନ କମିଶନର ଅନୁଗର୍ଗ କହିଛନ୍ତି , ଚଳିତ ବର୍ଷ ୧.୬ ଲକ୍ଷ ଟାର୍ଗେଟ୍‌ ହାସଲ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ନାବାର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାଲବମ୍ବୀ ହୋଇଛନ୍ତି। ମହିଳାଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଉପତ୍ାଦ ବିକ୍ରି ନେଇ ବଜାର ସୃଷ୍ଟି କରିବା ନାବାର୍ଡର ଲକ୍ଷ୍ୟ ବୋଲି କୁହାଯାଇଛି। ଭୁବନେଶ୍ୱର ଓ ଖୋର୍ଦ୍ଧାର ୨ଟି ମିଶନ ଶକ୍ତି ଷ୍ଟଲ ଥିବାବେଳେ ବାକି ରାଜ୍ୟର ୧୬ଟି ଷ୍ଟେଶନ ଏବଂ ରାଜ୍ୟ ବାହାରର ସବୁ ଷ୍ଟେଶନରେ ଷ୍ଟଲ ଖୋଲିବାକୁ ଉଦ୍ୟମ କରାଯାଉଛି। ଦେଶର କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଯାହାକି ଶତ ପ୍ରତିଶତ କେଡ୍ରିଟ୍‌ ପ୍ଲାନ୍‌ ହାସଲ କରିଛି ବୋଲି ଅର୍ଥ ସଚିବ କହିଛନ୍ତି। ଗତବର୍ଷ ଭଲ ପ୍ରଦର୍ଶନ କରିଥିବା ବ୍ୟାଙ୍କଗୁଡ଼ିକୁ ଏ ଅବସରରେ ସମ୍ମାନିତ କରାଯାଇଛି। ଗ୍ରାମାଞ୍ଚଳରେ ଦୁଗ୍ଧଜାତ ଦ୍ରବ୍ୟର ବିକ୍ରି ବୃଦ୍ଧି ସହ ଗୋପାଳକଙ୍କ ସଶକ୍ତୀକରଣ କରାଯାଇପାରିବ । ସେହିପରି ଫୁଲ ଚାଷୀ ହୁଅନ୍ତୁ ବା ଅନ୍ୟ କୌଣସି ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଉଦ୍ୟୋଗୀଙ୍କ ସହାୟତା ଦିଗରେ ନାବାର୍ଡ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri