Posted inରାଜ୍ୟ

”ନବୀନ ବାବୁ ଆଉ ଆସିବାର ନାହିଁ”: ଅମିତ ଶାହା

ସୋରଡ଼ା,୧୫ା୫: ବୁଧବାର ଓଡିଶା ଗସ୍ତରେ ଆସି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶାରେ ଚାଷୀ ବିକ୍ରି କରୁଥିବା ଧାନର ଦରଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଦେଉଥିବା ଚାଉଳ ଏବଂ ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ଶାହା ସୋରଡ଼ାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇ କର୍ମୀ ମାନଙ୍କ ମଧ୍ୟରେ ଜୋସ ଭରିଥିଲେ। ସେ କହିଥିଲେ ”ଆଉ ନବୀନ ବାବୁ ଆସିବାର ନାହିଁ, ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି। ଓଡ଼ିଶାରେ ଏବେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି, ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ।

ସେହିଭଳି ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି। ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି, ଓଡ଼ିଶାରେ ଭାଜପା ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ। ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ, ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା ? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ ? ତେବେ ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ।

ଏହା ସହିତ ସେ କହିଛନ୍ତି ‘ନବୀନ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି, ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ। ତେବେ ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି। ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ।

ସେହିଭଳି ଚାଉଳ ପ୍ରସଙ୍ଗକୁ ନେଇ ସେ କହିଛନ୍ତି ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି। ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ।


Enter your email to get our daily news in your inbox.

All Right Reserved By Dharitri.Com

Video: ରାଜଧାନୀରେ ନିଶାଶକ୍ତ ଅବସ୍ଥାରେ ଉତ୍ପାତ ହେଉଥିଲେ ମହିଳା

ଭୁବନେଶ୍ୱର,୧୪ା୩: ନିଶା ଖାଇ ଉତ୍ପାତ ହେଲେ ଯୁବତୀ। ରାଜଧାନୀର ରଙ୍ଗୀନ ରାତିରେ ନିଶାଶକ୍ତ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁରର ଏକ...

ଭୁବନେଶ୍ୱରର ସାଲିଆ ସାହିରେ ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ

ଭୁବନେଶ୍ୱର,୧୪ା୩: ଶୁକ୍ରବାର ଅବକାରୀ ବିଭାଗ ଅଧିକାରୀମାନେ ଭୁବନେଶ୍ୱରର ସାଲିଆ ସାହିରେ ବେଆଇନ ଦେଶୀ ମଦ ଆଡ୍ଡାକୁ ଟାର୍ଗେଟ କରି ଚଢାଉ କରିଛନ୍ତି। ଏକ ସୂଚନା ପାଇ,...

ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି: ଖୁବ୍ ଶୀଘ୍ର ନିବେଶକମାନେ ଫେରି ପାଇବେ ଜମା

ଭୁବନେଶ୍ୱର,୧୪ା୩: ଚିଟଫଣ୍ଡ ଫାର୍ମ, ରୋଜଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଠକ ନିବେଶକମାନେ ଖୁବ୍ ଶୀଘ୍ର ସେମାନଙ୍କର ଟଙ୍କା ଫେରି ପାଇବେ। ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ଇଭି ଗାଡ଼ି ମାଲିକମାନଙ୍କୁ ସବସିଡିରେ ମିଳିଛି ₹୨୩୨.୪୫ କୋଟି ଟଙ୍କା

ଭୁବନେଶ୍ୱର,୧୪ା୩: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି)...

ନାବାଳାକିଙ୍କୁ ବଳାତ୍କାର ମାମଲା: ଟିଉସନ ସାର୍‌ଙ୍କୁ ୨୦ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୪ା୩(ସତ୍ୟଜିତ୍‌ ରାଉତ): ଖୋର୍ଦ୍ଧା ଜିଲା ମଡେଲ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୪ବର୍ଷ ପରେ ଭୁବନେଶ୍ୱରସ୍ଥିତ ୪ର୍ଥ ଅତିରିକ୍ତ ଜିଲା...

କଳିଙ୍ଗା ଘାଟିରେ ଓଲୋଟିଲା ଖମ୍ବେଶ୍ୱରୀ ବସ୍, ୧୦ ଆହତ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶୁକ୍ରବାର ପ୍ରତ୍ୟୁଷରେ ଖମ୍ବେଶ୍ୱରୀ ବସ୍ ଓଲୋଟି ପଡିଛି। ଏଥିରେ ୧୦...

ଘରୋଇ ସ୍କୁଲ୍‌ରେ ମାଗଣାରେ ପାଠପଢ଼ିବେ ଗରିବ ପିଲା: ୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ

ଭୁବନେଶ୍ୱର,୧୪ା୩(ସୁଚିସ୍ମିତା ସାହୁ): ଘରୋଇ ସ୍କୁଲ୍‌ରେ ଗରିବ ପିଲାମାନେ ମାଗଣାରେ ପାଠପଢ଼ିବାକୁ ୨୫% ସିଟ୍‌ ସଂରକ୍ଷିତ ରହିଛି। ସରକାରଙ୍କ ଏହି ବ୍ୟବସ୍ଥାରେ ପାଠପଢ଼ିବା ଲାଗି ଆବେଦନ କରିବାକୁ...

ରାଜ୍ୟରେ ଅଣାୟତ୍ତ ଜଙ୍ଗଲ ନିଆଁ: ଦିନକରେ ୧୨୮୨ ସ୍ଥାନରେ ବନାଗ୍ନି

ଭୁବନେଶ୍ୱର, ୧୪ା୩ (ବନ୍ଦନା ସେଠୀ): ବନାଗ୍ନିକୁ ନେଇ ଏବେ ଚିନ୍ତା ବଢ଼ିଛି। ଖରାଦିନ ଆରମ୍ଭରୁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଜଳୁଛି। ଚଳିତବର୍ଷ ଜାନୁଆରୀ ୧ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image