ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ହେଲେ ପିସିସି ସଦସ୍ୟ

ଦିଗପହଣ୍ଡି,୨୦।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ସୋମବାର ମନୋନୀତ ହୋଇଛନ୍ତି। ପ୍ରଫୁଲ୍ଲ ପୂର୍ବରୁ ଡିସିସି ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସାଂଗଠନିକ ଦକ୍ଷତା ଆଧାରରେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିକୁ ନିଆଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯିବା ପରେ ଦିଗପହଣ୍ଡି ନଗର କଂଗ୍ରେସ ଏବଂ ବ୍ଲକ କଂଗ୍ରେସରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି।

ପ୍ରଦେଶ ସ୍ତରରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିବାରୁ ପ୍ରଫୁଲ୍ଲ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏବଂ ଜିଲା କଂଗ୍ରେସ କମିଟି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନଇ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Share