ରାଜ୍ୟର ସର୍ବ ପ୍ରଥମେ ଜାଗାମିଶନ ଯୋଜନାରେ ସଫଳଯୋଗୁଁ କେସିଙ୍ଗା ଏନ.ଏ.ସି ରାଜ୍ୟସ୍ତରରେ ପୁରସ୍କୃତ

କେସିଙ୍ଗା,୩୦।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୪୪ଟି ଭୂମିହୀନଙ୍କୁ ଜଗାମିଶନ ଯୋଜନାରେ ଜମି ଓ ଗୃହ ରାଜ୍ୟ ସରକାର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ରାଜ୍ୟ ସରକାର କେସିଙ୍ଗା ଏନ.ଏ.ସିକୁ ପ୍ରଥମ ପୁରସ୍କାର ପ୍ରଦାନ କରିଥିବାରୁ ଜିଲା ତଥା ଅଞ୍ଚଳରେ ଆନନ୍ଦ ଓ ଖୁସିର ଲହରୀ ଖେଳିଯାଇଛି। ପ୍ରାୟ ୨୫ହଜାର ଜନବସତି ସହରକୁ ରାଜ୍ୟ ସରକାରଙ୍କ ଜଗାମିଶନ ମିଶନ ଯୋଜନାରେ ସଫଳ ହୋଇଥିବାରୁ ଜନସାଧାରଣଙ୍କ ପାଇଁ ଏକ ଗର୍ବ, ଗୌରବ ଓ ଖୁସି ର ବିଷୟ ହୋଇଛି। ଗତ ଅଗଷ୍ଟ ୨୮ ତାରିଖ ଦିନ ଭୁବନେଶର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ କେସିଙ୍ଗା ଏନ.ଏ.ସି କୁ ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ୪୪ଟି ଗରିବ ଭୂମିହୀନ ପରିବାରକୁ ଜମି ସହିତ ପକ୍କା ଘର ଯୋଗାଇ ଦେବା ସହିତ ସେମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି। ଏହି ଯୋଜନାର ସଫଳ ରୂପାୟନ କରି କେସିଙ୍ଗା ଏନଏସି ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି। ଏନେଇ ପୁରସ୍କାର ଗ୍ରହଣ କରିଥିଲେ କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରା। ଏହି କାର୍ଯ୍ୟକ୍ରମରେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦ, ଉପଜିଲ୍ଲପାଳ ବିଶ୍ୱଜିତ ଦାସ, ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଶତ୍ରୁଘ୍ନ ନାଏକ, ନୃସିଂହ ବେହେରା, ଶିଶିର ବିଶି, ମୋହନ ସାହୁ ତଥା ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, ଜାଗା ମିଶନ ଯୋଜନାରେ ଓଡ଼ିଶାରେ ସର୍ବ ପ୍ରଥମେ କେସିଙ୍ଗା ଏନ ଏ ସି ର ୪୪ ଗୋଟି ଭୂମିହିନ ପରିବାରଙ୍କୁୁ ଜମି ପଟ୍ଟା ଦେଇ ସମସ୍ତ ସୁବିଧା ସହ ଘର ଯୋଗାଇ ଦିଆଯାଇ ଥିଲା।