Categories: ଜାତୀୟ

ପୁଡୁଚେରୀରେ ୨୩ରୁ ଊର୍ଦ୍ଧ୍ୱ ଆସନ ଜିତିବ ଭାଜପା: ନଡ୍ଡା

ପୁଡୁଚେରୀ,୩୧ ।୧: ରବିବାର ପୁଡୁଚେରୀ ଗସ୍ତରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଆଗାମୀ ନିର୍ବାଚନରେ ତାଙ୍କ ପାର୍ଟି ପୁଡୁଚେରୀରେ ୨୩ରୁ ଅଧିକ ଆସନରେ ବିଜୟ ଲାଭ କରିବ । ଏକ ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ସେ ଜନତାଙ୍କ ସମାଗମକୁ ଦେଖି ଏଭଳି କହିଛନ୍ତି । ନଡ୍ଡା କହିଛନ୍ତି ଆପଣମାନଙ୍କର ଉତ୍ସାହ ସିଧାକଥା କହୁଛି କି ଆଗାମୀ ନିର୍ବାଚନରେ ଭାଜପା ପୁଡୁଚେରୀରେ ୨୩ରୁ ଅଧିକ ଆସନରେ ବିଜୟ ଲାଭ କରିବ । ଏହି ସମୟରେ ସେ କହିଥିଲେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ପୁଡୁଚେରୀର କୌଣସି ଉନ୍ନତିମୂଳକ କାମ କରି ନାହାଁନ୍ତି । ଏପରିକି ସେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଥିଲେ ସେତେବେଳେ ବି ସେ ପୁଡୁଚେରୀ ପାଇଁ କିଛି କରି ନାହାଁନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ସେ ଝାଡଖଣ୍ଡ ପାଇଁ ୫ହଜାର କୋଟିର ଋଣ ପ୍ରଦାନ କରିଥିବା ବେଳେ ପୁଡୁଚେରୀକୁ ଅଣଦେଖା କରିଥିବା ନଡ୍ଡା କହିଛନ୍ତି ।

Share