Categories: ଜାତୀୟ

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର ଉପରକୁ ଆକ୍ରମଣ ଘଟଣା: ୩ ଆଇପିଏସ୍‌ଙ୍କୁ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ,୧୨।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଛି। ସେମାନେ ହେଲେ ଭୋଲାନାଥ ପାଣ୍ଡେ, ପ୍ରବୀଣ ତ୍ରିପାଠୀ ଏବଂ ରାଜୀବ ମିଶ୍ରା। ଏହି ତିନି ଜଣ ଆଇପିଏସ୍‌ ଅଧିକାରୀ ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ସୁରକ୍ଷା ଦାୟିତ୍ୱରେ ଥିଲେ।
ସୂଚନାଯୋଗ୍ୟ, ଜେପି ନଡ୍ଡାଙ୍କ କାରକେଡ ଉପରକୁ ଆକ୍ରମଣ ଘଟଣାରେ ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିକୁ ସମନ ଜାରି କରିଥିଲା। ଆସନ୍ତା ୧୪ ତାରିଖରେ ଉଭୟଙ୍କୁ ଦିଲ୍ଲୀ ଡାକାଯାଇ ଥିଲା। ପରେ ସେମାନେ ଦିଲ୍ଲୀ ଯିବାକୁ ମନା କରିଦେଇଥିଲେ।

Share