ଭବାନୀପାଟଣାରେ ନଡ୍ଡା: ସରକାରଙ୍କ ସଫଳତାର ରଖିବେ ହିସାବ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ଭବାନୀପାଟଣାରେ ପହଞ୍ଚିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍‌ରୀଙ୍କ ଦର୍ଶନ କରିବେ। ଏହାପରେ ଲାଲାବାହଦୂର ଷ୍ଟାଡ଼ିୟମରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ । ଏହି ସମୟରେ ସେ ୯ ବର୍ଷ ମୋଦି ସରକାରଙ୍କ ସଫଳତାର ହିସାବ ରଖିବେ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରି ପୁରନ୍ଦେଶ୍ବରୀଙ୍କ ସହ କୋଭିଡ୍‌ରୁ ସୁସ୍ଥ ହୋଇ ଫେରିଥିବା ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାଏକ ଯୋଗଦେବେ ବୋଲି ଜଣାପଡିଛି।

Share