ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେଇ ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ତାଙ୍କ ଅଭିଭାଷଣରେ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ରାଜନୀତିର ପରିଭାଷା ବଦଳିଛି । ୧୦ ବର୍ଷ ପୂର୍ବେ ଜାତି, ଧର୍ମକୁ ନେଇ କିଛି ଦଳ ରାଜନୀତି କରୁଥିଲେ। ତୁଷ୍ଟୀକରଣ ରାଜନୀତିରେ ମାତିଥିଲେ କିଛି ରାଜନେତା। ଭୋଟବ୍ୟାଙ୍କ ରାଜନୀତି କରୁଥିଲେ। କିନ୍ତୁ ମୋଦିଙ୍କ ନେତୃତ୍ୱରେ ଉତ୍ତରଦାୟୀ ରାଜନୀତି ଆରମ୍ଭ ହୋଇଛି। ଏବେ ବିକଶିତ ଭାରତ ଚାହୁଁଛନ୍ତି ଦେଶବାସୀ। ନଡ୍ଡା କହିଛନ୍ତି, ମୋଦି ସରକାର କୋଟି କୋଟି ଗରିବଙ୍କୁ ପ୍ରତି ମାସ ୫ କିଲୋ ଲେଖାଏ ଚାଉଳ ପ୍ରଦାନ କରୁଛନ୍ତି। ଯେଉଁଥିପାଇଁ ୨୫ କୋଟି ଲୋକ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୫ ବର୍ଷରେ ବିଜୁଳି ବିଲ୍‌ ମଧ୍ୟ ଶୂନ କରାଯିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏହି ଲାଭ ପାଇବେ ଲୋକେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । କିନ୍ତୁ ଏହା ନବୀନ ବାବୁଙ୍କୁ ପସନ୍ଦ ଆସିଲାନି। ଆୟୁଷ୍ମାନ ବଦଳରେ ବିଏସ୍‌କେଓ୍ବାଇ ଲାଗୁ କଲେ । ଆୟୁଷ୍ମାନ ଲାଗୁ ନ କରିବା କାରଣରୁ ୬୮ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବିଏସ୍‌କେଓ୍ବାଇ ଓଡ଼ିଶା ବାହାରେ କାମ କରିବନି କିନ୍ତୁ ବାହାର ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଡ କାମ କରିବ। ୭୦ ବର୍ଷରୁ ବୟସର ଲୋକଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପାଇବେ ।

ଓଡ଼ିଶା ବିକାଶ ପାଇଁ ସବୁବେଳେ ମୋଦି ସହଯୋଗ କରି ଆସିଛନ୍ତି। ଓଡ଼ିଶା ଶାସନ ଏବେ କିଏ ଚଳାଉଛି? ଭୋଟ୍‌ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛି? ଅଧିକାରୀ ଏଠାରେ ସରକାର ଚଳାଉଛନ୍ତି। ବିଧାୟକ, ଏମ୍‌ପି ହାତ ବାନ୍ଧି ବସିଛନ୍ତି । ଯାହାଙ୍କୁ ସାଧାରଣ ଲୋକ ଭୋଟ୍‌ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କ କଥା ଶୁଣାଯାଉନି, କିନ୍ତୁ ଯାହା କଥା ଶୁଣାଯାଉଛି ସେମାନଙ୍କୁ ଓଡ଼ିଆ ଜଣାନାହିଁ। ଏଭଳି ସରକାର ଓ ରହିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ଓ ଭାଷଣ ଦେଉଛନ୍ତି କି? ଆପଣଙ୍କ କଥା ଶୁଣୁଛନ୍ତି କି? ଯଦି ନାଁ ତେବେ ଏ ସରକାରର ଆବଶ୍ୟକତା କଣ?

ଓଡ଼ିଆ ଜଣେ ଯୁବକ ଓ ଓଡ଼ିଆ ଭାଷାରେ କହୁଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଯିଏ ପ୍ରତିଦିନ ଲୋକଙ୍କ ସମସ୍ୟାକୁ ବୁଝୁଥିବ ସେଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଓଡ଼ିଆ। ଯଦି ଏଭଳି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ତେବେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ । ଓଡ଼ିଆ ସଂସ୍କୃତିକୁ ଜାଣୁଥିବା ଏବଂ ଓ ଅସ୍ମିତାକୁ ଚିହ୍ନୁଥିବା ମୁଖ୍ୟମନ୍ତ୍ରୀ ଚାହାନ୍ତି ଓଡ଼ିଆ । ବିଜେଡି ନେତା କୋଟି କୋଟି ଟଙ୍କା ଚଳୁ କରିଛନ୍ତି, ତେଣୁ ଏମାନଙ୍କୁ ଆଉ ବିଶ୍ୱାସ କରନ୍ତୁନି । ସୁଭଦ୍ରା ଯୋଜନାକୁ ଲାଗୁ କରିବାକୁ ହେଲେ ଭାଜପା ସରକାର ଆଣିବାକୁ ହେବ। ରତ୍ନଭଣ୍ଡାର ଚାବି ଚାହୁଁଥିଲେ ପଦ୍ମଫୁଲରେ ମୋହର ମାରିବାକୁ ଅପିଲ କରିଛନ୍ତି ନଡ୍ଡା। ଓଡ଼ିଶା ଲୋକଙ୍କ ସହ ବହୁତ ଅତ୍ୟାଚାର ହେଲାଣି, କିନ୍ତୁ ଏବେ ଓ ଆଉ ସହିବେନି । ଏଥର ଓ ବିକାଶ ପାଇଁ ଭାଜପାକୁ ଓ ବାଛିବେ ବୋଲି କହିଛନ୍ତି ନଡ୍ଡା। ଏହି ନିର୍ବାଚନୀ ସଭାରେ ଭାଜପା ବରଗଡ଼ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ସମେତ ଜିଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri