Categories: ଜାତୀୟ

ପଶ୍ଚିମବଙ୍ଗରେ ନଡ୍ଡାଙ୍କୁ ଆକ୍ରମଣ

କୋଲକାତା,୧୦।୧୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁୁତୁରା ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡ଼ାଏମଣ୍ଡ ହାର୍ବର ଗସ୍ତ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। କେତେକ ତୃଣମୂଳକର୍ମୀ ନଡ୍ଡା ଏବଂ କୈଳାସ ବିଜବର୍ଗୀୟଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଭାଜପା ପକ୍ଷରୁ କରାଯାଇଛି। ରାଜ୍ୟ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଅଭିଯୋଗ କରିଛନ୍ତି ଯେ ତୃଣମୂଳକର୍ମୀ ପଥରମାଡ଼ କରିଛନ୍ତି। ସୁରକ୍ଷାକର୍ମୀ ନଡ୍ଡାଙ୍କୁ ଭିଡ଼ ଭିତରୁ ବାହାରକୁ ଆଣିଥିବା ସେ କହିଛନ୍ତି।

Share